ଦେଖ ବିନୟ କେଡେ ମାନବୀୟ
ଦେଖ ବିନୟ କେଡେ ମାନବୀୟ
ମନେପଡେ ଶ୍ରେଣୀଗୃହ,
ସେ ମୋ ବିଦ୍ୟାଳୟ ;
ପଛ ଧାଡିରେ ବସେ ଯେ,
ସେ ସାଙ୍ଗ ବିନୟ ;
ଚାହେଁ ଗୁରୁ ନଜାଣନ୍ତୁ,
ତା'ର ପରିଚୟ ;
ହେଲେ ଥିଲା ସାଙ୍ଗ ଟିଏ,
ସେ ବଡ ହୃଦୟ । (୧)
ପାଠରୁ ଅଧିକ ଥାଏ,
ସାଠରେ ତା' ଲୟ ;
ହାତ ଥରେ ପଢ଼େ ଯେବେ,
ଗଣିତ ବିଷୟ ;
ପରୀକ୍ଷା ନମ୍ବର ଯେବେ,
ଆସେ ଶୋଚନୀୟ ;
ଭାବେ ଭଲ ହେବ ଆଗ,
ପାଳିକୁ ନିଶ୍ଚୟ । (୨)
ବାର୍ଷିକ ଉତ୍ସବର ତ,
ଆସିଲା ସମୟ ;
ଆସିଲେ ମୁଖ୍ୟ ଅତିଥି,
ମନ୍ତ୍ରୀ ମହୋଦୟ ;
କିଏ କରିବ ନାଚ ତ,
କିଏ ଅଭିନୟ ;
ପୁରସ୍କାର ବିନୟ ଯେ,
ପାଇଲା ଦ୍ବିତୀୟ । (୩)
ପୁରସ୍କୃତ ରାଶି କଲା,
ପାଣ୍ଠିରେ ସେ ଦେୟ ;
ଆଶ୍ଚର୍ଯ୍ୟ ଅତିଥି ହେଲେ,
ତା' ପ୍ରତି ସଦୟ ;
'ଶିକ୍ଷା' ମାନେ 'ତ୍ୟାଗ' ଭାଷି,
ଦେଲେ ମହୋଦୟ ;
ତା' ଗୁଣ ବଖାଣି ନେଲେ,
ସଭାରୁ ବିଦାୟ । (୪)
ବିନୟର କାମ ତାକୁ,
ଦେଲା ଯେ ବିଜୟ ;
ଯୋଡ଼ିଲେ ଶିକ୍ଷାରେ ତ୍ୟାଗ,
ସଭେଁ ଏ ଅଧ୍ୟାୟ ;
ବାଛିବାନି କେ ଜାତୀୟ,
ପୁଣି ବିଜାତୀୟ ;
ପ୍ରଥମେ ଶିଖିବା ଆମେ,
"କ'ଣ ମାନବୀୟ ?"। (୫)
===============================
ଦୂର ଭାଷ : ୯୮୬୧୫୨୦୧୩୪