STORYMIRROR

Bijoy Jena

Classics Inspirational Children

4  

Bijoy Jena

Classics Inspirational Children

ଜୀବନ ତ ମାପି ହୁଏ

ଜୀବନ ତ ମାପି ହୁଏ

1 min
413


ଏନ୍ତୁଡ଼ି ଶାଳରେ  ମଶାଣି ଭୂଇଁରେ

     ଯେଉଁ ନିଆଁ ଜଳିଯାଏ

ଦୁଇଟି ନିଆଁର  ବ୍ୟବଧାନ ଯେତେ

   ଜୀବନ ତ ମାପି ହୁଏ।

ଏନ୍ତୁଡ଼ିର ନିଆଁ  ଦେଖି ଶିଶୁ କାନ୍ଦେ

     ସାଇ ପଡ଼ିଶାହସନ୍ତି

ମଶାଣିର ନିଆଁ   ବଡ ବ୍ୟଥା ଦିଏ

    ସରବେ ଦେଖି କାନ୍ଦନ୍ତି।

ସେଥି ପାଇଁ ପରା  ଦୁନିଆ ନାମରେ

    ନାମିତ ହୋଇଛି ପରା

ସର୍ବ ସ୍ଥାନେ ସେହି  ପୁରି ରହିଛନ୍ତି

     ଦୃଶ୍ୟେ ନପଡନ୍ତି ଧରା।

କହିପାର ତାଙ୍କୁ   ଜଗନ୍ନାଥ ବୋଲି

     ରାମକୃଷ୍ଣ ନାରାୟଣ

ସବୁରି ଜୀବରେ  ଜୀବାତ୍ମା ରୂପରେ

     ଏଜଗତେ ବିଦ୍ୟମାନ।

ଜୀବନ ପଥରେ   ଚାଲିବା ହେଉଛି

     କରମର ମାନଦଣ୍ଡ

ପଥେ ଚାଲୁ ଚାଲୁ  ତାଙ୍କ ନାମ ସ୍ମରି

    କମାଇବା ଯମ ଦଣ୍ଡ।

ସରଳ ଚଳଣୀ    ଉଚ୍ଚ ବିଚାରରେ

    ହସାଅ ସର୍ବେ ଜୀବନ

ମଶାଣିର ନିଆଁ   ପୂର୍ଣ୍ଣତା ଲଭିବ

    ସାହା ମୋ କଳାବଦନ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics