STORYMIRROR

Chinmayee Kanta

Inspirational Others Children

4  

Chinmayee Kanta

Inspirational Others Children

ଜଙ୍ଗଲୀ କହେସନ ମତେ

ଜଙ୍ଗଲୀ କହେସନ ମତେ

1 min
267

ଜଙ୍ଗଲ ପାଖେ ଘର ଆମର 

ଜଙ୍ଗଲୀ କହୁଛନ୍ ମତେ

କିଏ ଯାନିଛେ ଜଙ୍ଗଲ ପାଖେ

ମିଲସି ସୁଖ ଶାନ୍ତି କେତେ

 ଚାର, ମହୁଲ, କେନ୍ଦୁ, ଡୁମେର

 କେତନୀ କେତେ ଦରବ

 ଯାହା ଖୁଜବ ତାହା ମିଲବା 

 କାଞ୍ଜେ କରବ ଗରବ

ଝର ଝର ଝରନା ପାଇନ

ଉହୁଲି ଆଇସି ତଳକେ 

ଚାଷୀ ଭାଇ ଦେଖିକରି

ଦୌଡ଼ି ଜିସି କ୍ଷେତକେ

   ରଙ୍ଗାରଙ୍ଗ ଆମର ଆସପାସ

   ବଦଲସି ସବୁବେଲେ

   କେତେ କେତେ ରଙ୍ଗେ ସଜେଇ ହେସି

   ସମିଆ ଯେବେ ବଦଳଲେ

ବେଲ ବୁଡ଼ଲେ ପାଏବ ସବକେ

ଗାଆଁ ଖୁଲୀ ଏକା ସଙ୍ଗେ

କେତେ ରକମର କଥା ସୁନଵ

କେତେ ଭାବ ପୀରତିର ରଙ୍ଗେ

   ଛୁଆ ମାନକର କାଚିକୁଡ଼ି

   କେତନିକେତେ ଖେଳ

   କୁଦା ଧୂଆଁ କରି କରି 

   ବୁଡି ଜାଇସି ବେଲ

ଧାନ, କୁଳୁଥ, ବିରହି, ଝୁନଗା

କେତେ ରକମର ଚାଷ

ଜଙ୍ଗଲୀ ଲୋକର ସୁଖ ଶାନ୍ତିର

କେତେ ରହିଛେ ରାଜ

   ଖରା ବର୍ଷା କାକର ମାସେ

   କିହେ ନି ଢୁକତ ଘରେ

   ପ୍ୟାର ଭାବେ ଏକା ସଙ୍ଗେ 

   ସବକେ ପାଏବ ବାହାରେ

ସକାଳ ପାହୁଁନ ସାଏର ସବକର ଘରେ

ଉଠାସୀ ଘରର କୁକରା

ସକାଲୁ ଉଠି ଘରର ମାଲକେନ

ଦେସୀ ଘର ଖୁଲି ଛେରା

   କେତେ ଫୁଲର ମହକ ପାଏବ

   ଆମର ଇ ଜଙ୍ଗଲେ

   ଜଙ୍ଗଲୀ ଲୋକର ସୁଖ ଶାନ୍ତି କେ

   ପାଏବ ଜଙ୍ଗଲେ ରହେଲେ

କେତେ ଗୀତ ନାଚ କେତେ ପରବ

କେତେ କାଣା ପାଏବ ଇନେ

କ୍ଷେତ ଖଲା ଠାନୁଁ ଘରେ ଘରେ ବୁଲଲେ

ଗୀତ ସୁନାବା କାନେ

    ବେଲ ବୁଡ଼ଲେ କୁଳିହା ଶବଦ

    କାନ ଦେଇକରି ଶୂନବ

    ସକଲେ ଉଠି ବାସି ପଖାଳଥି

    ନୁନ ଦେଇକରି ଖାଏବ

ସୁଖ ଶାନ୍ତି ର ମହଲ ଖୁଜଲେ

ଆସବ ଆମର ଗାଆଁ

ରହଲେ କେତେ ଦିନ, ଇନୁ ଯେଇକରି

ଗାଉଥିବ ଇନର ନାଁ

    ଜଙ୍ଗଲ ପାଖେ ଘର ଆମର

    ଜଙ୍ଗଲୀ କହୁଛନ ମତେ

    କିଏ ଯାନିଛେ ଜଙ୍ଗଲ ପାଖେ

    ମିଲସି ସୁଖ ଶାନ୍ତି କେତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational