ମାତୃଭାଷା ଲୋଡ଼ା
ମାତୃଭାଷା ଲୋଡ଼ା
ମାତୃଭୂମି ଏକା ନୁହଇ ଜନନୀ
ମାତୃଭାଷା ଲୋଡ଼ା ସଭିଙ୍କୁ
ଯା ହୃଦୟେ ଜନ୍ମିନୀ ମମତା ଡୋରି
ହୀନମାନ୍ୟ ସେ ଜୀବନକୁ ।
ମାତୃଭୂମି ମାତୃଭାଷା ହିଁ ଜନନୀ
ପ୍ରେମ ଜାତ କର ହୃଦୟେ
ନାହିଁ ଜାର ପ୍ରେମ ନିଜ ଜନନୀକୁ
କି ଅବା ସିଏ ଜ୍ଞାନୀ ହୁଏ ।
ଆପଣେଇ ଗାଏ ଦିବସ ରଜନୀ
ନିଜ ଭାଷା ପ୍ରୀତି ସଂଗୀତ
ତଟିନୀ ଅବନୀ ବିହଙ୍ଗ କାନନ
ତା ସାଥିରେ ଗାଏ ମରୁତ ।
ସ୍ଵାଗତେ ଅବନୀ ଜନମରେ ମୋର
ଦେଇଗଲା କେତେକ ମାତା
ସେଇ ମାତା ସ୍ଥାନେ ଭାଷାକୁ ସଜାଇ
ହୋଇଗଲା ପୁଣି ବିଧାତା ।
ଜନମୁ ଶୁଣିଲି ଭାଷା ମୁଁ ଶିଖିଲି
ଏ ଭାଷାରେ କି ମଧୁରତା
ଗୀତା ଭାଗବତ କେତେ ସୁର ଗୀତ
ବାନ୍ଧେ ସଭିଙ୍କ ଅତ୍ମୀୟତା ।
ପ୍ରେମମୟ ପୁଣି ପ୍ରେମର ପୂଜାରୀ
ତା ସହିତ ପ୍ରେମର ଭାବ
ମିଶିବାକୁ ଲୋଡ଼ା ଭାଷା ର ଜ୍ଞାନ ଟି
ତା ଠୁ ଭାବ ପ୍ରୀତି ଝରିବ ।
ମାତୃଭାଷା ମୋର ଏକା ପରିଚୟ
ଜ୍ଞାନ ବୁଦ୍ଧି କିମ୍ପା ଖୋଜିବି
ଜନନୀ ମୋହର ଏହି ଭାଷାକୁ ମୁଁ
ହୃଦୟରୁ ସଦା ପୂଜିବି ।
