ମୋ ମାତୃଭାଷା
ମୋ ମାତୃଭାଷା
ଏନ୍ତୁଡ଼ିଶାଳର କୁଆଁ କୁଆଁ କାନ୍ଦ
କରିଥିଲା ଲୋକହସା
ମୋ ଗାଆଁ ମାଟି ମୋ ମାଆଠାରୁ
ଶିଖିଲି ମୁଁ ମାତୃଭାଷା l
ଖନେଇ ଖନେଇ କଥା ମୁଁ କହିଲି
ଶିଖିଲି ମୁଁ ଶବ୍ଦ କେତେ
ଓଡିଶା ମାଟିର ଝିଅଟେ ଭାବିଲେ
ଗର୍ବ ଲାଗେ ଭାରି ମତେ l
ମିଠା ଠାରୁ ମିଠା ମୋର ମାତୃଭାଷା
ଝରେ ଅମୃତର ଧାର
ମାଁ ଶବଦ ତ ଆହୁରି ମଧୁର
ନୁହେଁ ଗୋଟିଏ ଅକ୍ଷର l
ଦିଏ କେତେ ଜ୍ଞାନ ଭଣ୍ଡାର ଆମକୁ
ଦିଏ କେତେ ସ୍ନେହ ପ୍ରେମ
ମାତୃଭାଷା ପଦେ କହି ଦେଲେ ଓଠେ
ଦେହେ ପଶିଯାଏ ପ୍ରାଣ l
ମୋ ପ୍ରିୟ ଜନନୀ ଉତ୍କଳ ମାଟି
ମୋ ପ୍ରିୟ ଓଡିଆ ଭାଷା
ରଖିଲେ ଓଡ଼ିଆ ଭାଷାର ମହତ
ଆଗେଇ ଚାଲିବ ଓଡିଶା ।
