Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Inspirational Children

4.5  

Pratima Satpathy

Inspirational Children

ମାତୃଭାଷା ଦିବସ ଉପଲକ୍ଷେ

ମାତୃଭାଷା ଦିବସ ଉପଲକ୍ଷେ

1 min
406



ଫେବୃଆରୀ ଏକୋଇଶି ତାରିଖଟି 

    ଭାଷା ଦିବସ ଯେ ଜାଣ 

ମାତୃଭାଷା ମୋର ଓଡ଼ିଆ ଅଟଇ

   ଓଡ଼ିଶାରେ ମୋର ଜନ୍ମ ।


ମାତୃଭାଷା ମାତୃଭୂମିର ମମତା

   କେବେହେଲେ ନ ଭୁଲିବା

ପୂର୍ବ ପୁରୁଷଙ୍କ ତ୍ୟାଗ, ଆଦର୍ଶକୁ

    ସଦା ମନେ ରଖିଥିବା ।


କେତେ କଷ୍ଟ କରି ଭାଷା ସାହିତ୍ୟକୁ

    ଦେଇ ଅଛନ୍ତି ପ୍ରାଧାନ୍ୟ

ଗୋପାଳ ଚନ୍ଦ୍ର ପ୍ରହରାଜ ଓ ବ୍ୟାସ

    କବି ଫକୀର ମୋହନ ।


ରବୀନ୍ଦ୍ର ନାଥ ଠାକୁର୍, ଗୋପବନ୍ଧୁ 

    ହରେ କୃଷ୍ଣ ମହତାବ

ଓଡ଼ିଆ ଭାଷାର ବିକାଶର ପାଇଁ

    କରିଥିଲେ କେତେ କଷ୍ଟ ।


ଆମେ ରେ ଓଡ଼ିଆ, ବହୁତ ବଢ଼ିଆ

    ମିଠା ଆମ ମାତୃଭାଷା 

ଯୌଥ ପରିବାର, ସଂସ୍କୃତି ସଭ୍ୟତା

    ଗୌରବ କରିଛେ ରକ୍ଷା ।


ପବିତ୍ର ଉତ୍କଳ, ପବିତ୍ର ମୋ ଭାଷା

     ତାର ସମ୍ମାନ ରଖିବା 

ଯେଉଁଠି ବି ରୁହ ଯାହା କାମ କର

     ଗର୍ବେ ଓଡ଼ିଆ କହିବା ।


ଯାହାର ସମ୍ମାନ ହେବ ବୋଲି ନଷ୍ଟ

     ଯୁଦ୍ଧ କଲେ ଜଗନ୍ନାଥ

ଗଜପତି ଙ୍କର, ଜୟ ହେଲା,

କାଞ୍ଚି ରାଜା ହେଲେ ପରାଜିତ ।


ଚାରୁ ଶିଳ୍ପ କଳା କୋଣାର୍କ ମନ୍ଦିର

    ବିଶ୍ୱେ ପ୍ରସିଦ୍ଧ ଅଟଇ

ପଥରରେ ଶିଳ୍ପୀ ମନର କଥାକୁ 

    ଖୋଦିତ କରି ପାରଇ ।


ଓଡ଼ିଶାର କୀର୍ତ୍ତିରାଜି ଇତିହାସେ

    ରହିଛି ଅମର ହୋଇ

ମାଆ, ମାଟି, ଆଉ ମାତୃଭାଷା ପ୍ରୀତି

    ମନରୁ ଭୁଲିବା ନାହିଁ ।


Rate this content
Log in

Similar oriya poem from Inspirational