Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUKEYA JABEEN

Children Stories

4  

RUKEYA JABEEN

Children Stories

କେମିତି ସହିବି କହ

କେମିତି ସହିବି କହ

1 min
281


ଟିକି ଟିକି କୁଟା କାଠି,

ଧରି ଧରି ଆଣେ ଥଣ୍ଟ ପାଟି,

ବଥାଏ ଡେଣା ଶୋଷାଏ ତଣ୍ଟି,

ତଥାପି ନ ହୁଅଇ ମୁଁ ଅଳସୁଆଟି ।


ତୋ ଲାଗି ବାନ୍ଧେ ସରାଗେ ବସା,

ଖାତିର କରେନି ଖରା ବରଷା,

ଫୁଟେଇବାକୁ ନିିିିର୍ଜୀବ କୋଷେ ପ୍ରାଣ ,

ଅହରହ ମୁଁ ସାଜଇ ଚଷା ।


ଅଣ୍ଡାରୁ ଫୁଟି ପକ୍ଷ ପ୍ରସାରୁ,

ଖେଳାଉ ଜ୍ୟୋତି ଗୋଲ୍ ଗୋଲ୍ ଆଖିରୁ,

ହର୍ଷ ଉଲ୍ଲାସେ ମୋ ସଂସାର ଭରୁ,

ମା' ଡାକ ପାଏ ତୋ କିିିିଚିରି ମିଚିିରି ସୁରରୁ ।


କେଡେ ଗେଲ କରି ଆହା ବଢାଏ,

ଜଗତ ଘୁୁୁରି ପେଟ ତୋ ପୁରାଏ ,

ପର ଉଇଁଁଲେ ଉଡିିିବା ବତାଏ,      

ଦୁନିଆ ବଣେ ବଞ୍ଚିବା ସିଖାଏ ।


ଗଗନ ଛୁଇଁ ହଜିଯାଉ କୁୁୁୁଆଡେ,

ପାଏନି ଖୋଜିଲେ ଯେତେ ଜୁଆଡେେ,

ଭୁଲିଯାଉ ମୋ ପ୍ରେମ ବସି ଡାଳେ ଡାଳେ,

ଏକଲା କରିଯାଉ ଅନ୍ତିମ କାଳେ ।


କେମିତି ସହିବି ଏ ଦୂରତା କହ,

ଆତ୍ମା ତୋ ପାସେ , ମୁଁ ଖାଲି ଦେହ,

ଅସମ୍ଭାଳ ଏବେ ହୃଦୟର କୋହ,

ପକ୍ଷୀଟେ ବୋଲି କି ନାହିଁ ମୋ ମୋହ।


Rate this content
Log in