STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

କହିବେନି... କିଛି ଶିଖିନାହୁଁ ବୋଲି

କହିବେନି... କିଛି ଶିଖିନାହୁଁ ବୋଲି

1 min
397

      ଥାଏ ବା ଯେମିତି ସବୁବେଳେ ଏଠି

          ହସ ହସ ଦିଶେ ମୁହିଁ

      ଶିଖିନେବୁ ଯେବେ ନିଜେ ସେମିତିକା

          ହସି ବି ପାରିବୁ ତୁହି ।। 


      ସାଙ୍ଗ ମେଳେ ଥିଲେ ଖୁସିରେ ଖୁସିରେ

           କଥା ହୋଇଥାଏ ମୁହିଁ

      ଶିଖିନେବୁ ଯେବେ ସାଙ୍ଗ ସାଥି ମେଳେ

           ସେପରି କରିବୁ ତୁହି ।। 


      ମିଳିମିଶି ଏଠି ସଭିଙ୍କ ସାଥିରେ

          ସାଥି ହୋଇ ଚଳେ ମୁହିଁ

      ଶିଖିନେବୁ ଯେବେ ସଭିଙ୍କ ସାଥିରେ

          ସେପରି ଚଳିବୁ ତୁହି ।। 


      ପଢା ବେଳଟିରେ ବସି ପଢାଘରେ

          ମନଦେଇ ପଢେ ମୁହିଁ

      ଶିଖିନେବୁ ଯେବେ ବହି ଧରି କାଲି

          ସେମିତି ପଢିବୁ ତୁହି ।। 


      ଖାଇବା ବେଳରେ ବସି ଆସନରେ

          ଆନନ୍ଦରେ ଖାଏ ମୁହିଁ

      ଶିଖିନେବୁ ଯେବେ ବାଢିଦେଲେ ମାଆ

          ସେମିତି ଖାଇବୁ ତୁହି ।। 


      ଅଳସପଣକୁ ରଖିଦେଇ ନିତି

          ନିଜ କାମେ ଥାଏ ମୁହିଁ

      ଶିଖିନେବୁ ଯେବେ ନିଇତି ସେମିତି

          କାମରେ ଲାଗିବୁ ତୁହି ।। 


      ଗୁରୁ ଗୁରୁଜନ ଦେବତା ସମାନ

          ଭକତିରେ ଥାଏ ମୁହିଁ

      ଶିଖିନେବୁ ଯେବେ ବଡ ହେଲେ କାଲି

          ସେମିତିରେ ଥିବୁ ତୁହି ।। 


      କହିବାକୁ ତୋତେ ଭାବିଥିଲି ଯାହା

          କହିଦେଲି ମନ ଖୋଲି

      ମୋ କୁନିରେ . . . ମୋ କୁନାରେ 

      ଶିଖିନେବୁ ଯେବେ କହିବେନି କେହି

          କିଛି ଶିଖିନାହୁଁ ବୋଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational