STORYMIRROR

Sandhyarani dash

Children

4  

Sandhyarani dash

Children

ଋତୁ

ଋତୁ

1 min
299


ବାର ମାସେ ଛଅ ଋତୁଟି ଆସଇ

ଏ କଥା ସଭିଙ୍କୁ ଜଣା

ଜଣେ ଆନ ହାତ ଧରି ଆସି ଥାନ୍ତି

ଛଅ ଭଉଣୀ ରେ ଗଣା।


ଗ୍ରୀଷ୍ମ ଝାଞ୍ଜି ଖରା ତାତିଲା ପବନ

ଜୀବନ ଲାଗେ ଅତିଷ୍ଠ

ପଖାଳ ପାଣିକୁ ଆଦରେ ଆନନ୍ଦେ

ଭୁଲିବା ତାତିଲା କଷ୍ଟ।


ଶ୍ରାବଣ ର ଧାରା ଚାରି ଆଡେ ଭରା

ଧର ଣି ଆନନ୍ଦେ ଭିଜି

ସବୁଜ କ୍ଷେତରେ ନାଚି ନାଚି ଶସ୍ୟ

ସତେ ଅବା ଯାଏ ହଜି।


ଶରତ ଆସିଲେ କାଶ ତାଣ୍ଡି ନାଚେ

ମାଆ ହେବ ଆଗମନ

ସଂସାର ର ଦୁଃଖ ଅପସରି ଯିବ

ଭକ୍ତିରେ ସଭିଙ୍କ ମନ।


ହେମନ୍ତ ଋତୁରେ କାକର ବିନ୍ଦୁରେ

ଚର୍ତୁ ଦିଗ ମୁକ୍ତା ରୂପ

କୁହୁଡ଼ିର ସ୍ତର ଘନ ଅନ୍ଧକାର

ଦୂରରୁ ଦେଖିଲେ ଡର।


ଶୀତ ଟି ଆସିଲେ କମଳ ଖୋଜିଲେ

ଦେହକୁ ଦିଏ ଥରାଇ

ଟପ୍ ଟପ୍ ବିନ୍ଦୁ କରିଦିଏ ସିନ୍ଧୁ

ମନକୁ ତ ମୋହି ନିଏ।


ବସନ୍ତ ଋତୁର ମଳୟ ପବନ

ଡାକନ୍ତି ସବୁରି ମିତ

କୁହୁ କୁହୂ ସ୍ୱରେ କୋଇଲି ଡାକ

ସୁ ମଧୁର ଭରା ଗୀତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children