Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Children Stories

4  

Amarnath Barick

Children Stories

ଆସ ଗଢ଼ିବା ସୁନ୍ଦର ପୃଥିବୀ

ଆସ ଗଢ଼ିବା ସୁନ୍ଦର ପୃଥିବୀ

1 min
251


ଆସ କରିଦେବା ସବୁଜ ବନାନୀ

ମିଳିମିଶି ଜଗତକୁ

ଅମ୍ଳଜାନ ହେବ ଭରପୁର ଭାବେ

ନିରୋଗରେ ରହିବାକୁ ।


କରିଲେ ରୋପଣ ବୃକ୍ଷ ଗୋଟି ଗୋଟି

ବାଡ଼ି ବଗିଚାରେ କ୍ରମେ

ହୋଇବ ବରଷା ଉଚିତ ସମୟେ

ଉପକୃତ ହେବା ଆମେ ।


ସବୁଜ ବନାନୀ ପାଟ ଶାଢ଼ୀ କରି

ପିନ୍ଧେଇଲେ ବସୁଧାକୁ

ଦେବ ତା ପରଶ ନିର୍ମଳ ପବନ

ସୁସ୍ଥ ପୁଣି ରହିବାକୁ ।


ଖାଇବାକୁ ଦେବ ମିଠା ମିଠା ଫଳ

ପିଇବାକୁ ଦେବ ଜଳ

ବଞ୍ଚିବାକୁ ଦେବ ସୁନ୍ଦର ପୃଥିବୀ

ସବୁଜ ଗାଲିଚା ତଳ ।


ସବୁଜ ବନାନୀ ଚାଦର ବିଛେଇ

ମହୀକୁ କଲେ ସୁନ୍ଦର

ଆସୁଥିବା ପିଢ଼ି ସରସ କରିବ

ପ୍ରଦୂଷଣ ହେବ ଦୂର ।


ଆସ ପ୍ରତିଦିନ ଗୋଟିଏ ଲେଖାଏଁ

ଲଗେଇବା ଆମେ ବୃକ୍ଷ

ମହାପ୍ରଭୁଙ୍କର ରଥଯାତ୍ରା ପାଇଁ

ଚକରେ ଲାଗିବ ଅଖ ।


କାଟିବାନି କେବେ ତରୁଲତା ବଣ

ପ୍ରାକୃତିକ ସୌନ୍ଦର୍ଯ୍ୟର

କରିବା ଶପଥ ସଜାଇବା ପାଇଁ

ଲଗାଇ ଚାରା ବୃକ୍ଷର ।


ପାରିବାନି ଯଦି ଲଗାଇ ଗଛଟେ

କାଟିବା କାହିଁକି ପୁଣି

କ୍ଷେତ ପାଇଁ ଆଉ ଖୋଜିବା କାହିଁକି

ଟୋପାଏ ବରଷା ପାଣି ।


କରିଲେ କରମ ମିଳିବଟି ଫଳ

ଏ କଥା ରଖିବା ମନେ

ପରିବେଶ ପାଇଁ ଗଢ଼ିବା ଜଙ୍ଗଲ

ହସିବ ଧରଣୀ ଦିନେ ।


ପଢ଼ିଥିଲେ ପରା ପିଲାଟି ଦିନରୁ

"ରହ ଆରେ କାଠୁରୀଆ"

ସେ କଥାକୁ ପୁଣି ମନରୁ ପାସୋରି

ଭୁଲିଯିବା ଆଜି କିଆଁ ।


ଗଢ଼ିବା କୋମଳ ସବୁଜ ବନାନୀ

ପରିବେଶ ପାଇଁ ସୃଷ୍ଟି

କ୍ଷେତ ପାଇଁ ଜଳ ଋତୁ ପାଇଁ କାଳ

ନିର୍ଦ୍ଧାରଣ ହେଉ ବୃଷ୍ଟି ।


ଚାଲିଯିବେ ଛାଡ଼ି ରୋଗ ମହାମାରୀ

ଅଗଣିତ ହେଲେ ବୃକ୍ଷ

ଜୀବନ ହୋଇବ ଅମୃତ ସମାନ

ବଢ଼ାଇଲେ ପ୍ରାଣେ ଦକ୍ଷ ।


Rate this content
Log in