Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Romance

3  

Binay Mohapatra

Romance

ଝିପି ଝିପି ବରଷାରେ

ଝିପି ଝିପି ବରଷାରେ

1 min
419


ଝିପି ଝିପି ବରଷାରେ,

ସିରି ସିରି ପବନରେ,

ଥିରି ଥିରି ପାଦଥାପି

ତୁମ ଯେବେ ଆସିଯାଅ,

ଶୁଭିଯାଏ ମିଠା ମିଠା

ତୁମ ପାଦ ପାଉଞ୍ଜିର

ଛମ୍ ଛମ୍ ସଂଗୀତ ।

ଶ୍ରାବଣ ତ ମତୁଆଲି ଆଜି,

ପିଆଲାରେ ଭରିଦିଏ

ତୁମ, ପ୍ରେମ ମଧୁରସ

ହରସି ପରଶିଯାଏ ଫୁଲରେ ଫୁଲରେ

ଘାସ ଭରା ଗାଳିଚାରେ

ସ୍ୱପ୍ନ ଯେତେ ଲାଗେ ସତ ସତ ।

ତୁମେ ପ୍ରିୟା ଦିଶିଯାଅ ସବୁଜ ଶାଢିରେ,

ସଜାଇ ଆସିଛ ଅବା

ସୁକୁମାରୀ ତୁମ ଦେହ,

କୁମାରୀ ତନୁରେ ।

ନାଲି, ନୀଳ, ହଳଦିଆ

ଫୁଲ ପକା ମିନାକାରୀ

ତୁମ ଛିଟ ଧଡି ଓଢଣୀରେ ।

ଅଙ୍କା ବଙ୍କା ନଈଧାର,

ଜଣା ପଡେନାହିଁ ଆଜି

ସତେ ଅବା ଗର୍ଭବତୀ

ଦିଶେ ଏକ ଏକାକାର ।

ଝିଙ୍କାରୀର ମହୁରୀ ସଙ୍ଗତେ

ବେଙ୍ଗ ରାଣୀ, ବର୍ଷା ପାଣି

ଗାଆନ୍ତି ସ୍ୱାଗତ ସଙ୍ଗୀତ,

ଗାଇ ସର୍ବେ ପୁଲ୍ଲକିତ,

ଆସିଯାଅ, ପ୍ରିୟତମା

ତୁମ ପଥ ଚାହିଁଛି ଗୋ

ତୁମେ ମୋର ହୃଦୟରରାଣୀ ।

***


Rate this content
Log in

Similar oriya poem from Romance