ତୁମ ବିରହ
ତୁମ ବିରହ
ତୁମ ସହ କରି ହେବନି କଳହ,
ସହି ପାରିବି ନାହିଁ ତୁମ ବିରହ,
ଅକାଟ୍ୟ ତୁମ ଅନୁପମ ବିମୋହ,
ତୁମ ସାନ୍ନିଧ୍ୟ ବିନା ମୁଁ ଯେ ନିସ୍ପୃହ |୧|
ଇହଲୋକରେ ତୁମେ ହିଁ ଦେଉଛ ଉତ୍ସାହ,
ତୁମେ ଅଦୃଶ୍ୟ ହେଲେ ଜୀବନ ଯେ ନିରୀହ,
ମୋ ମେଧାଶକ୍ତି ମାନସର ହୋଇ ଯିବ ଦାହ,
ତେଣୁ ତୁମକୁ ଦେଖିବାର ବାଞ୍ଛା ରଖୁଛି ପ୍ରତ୍ୟହ |୨|
ଦିନକୁଦିନ ସମୟର ହେଲାଣି ପ୍ରବାହ,
ଦିନକୁଦିନ ବଢ଼ିଲାଣି ତୁମ ପ୍ରତି ମୋହ,
ଅନୁରାଗ ଦେଇ ତୁମେ କରିଛ ଅନୁଗ୍ରହ,
ବେଦନା ମିଳିବ ହେବ ଯଦି ତୁମ ବିରହ |୩|