STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ମନୁଷ୍ୟେ ଦେଇଛ ସବୁ

ମନୁଷ୍ୟେ ଦେଇଛ ସବୁ

1 min
175


ହାତ ଦେଇ ଅଛ ପାଦ ଦେଇ ଅଛ


ଦେଇଛ ବୁଝିବା ଶକ୍ତି,


ଜ୍ଞାନ ଦେଇ ଅଛ ବିଦ୍ୟା ଦେଇ ଅଛ


ଦେଇଛ କର୍ମର ଶକ୍ତି।୧।


ରଖି ନାହିଁ କିଛି ବସିଛ ନିଶ୍ଚିନ୍ତେ


ଭାଇ ଭଉଣୀ କୁ ଧରି,


ହୁରି ପଡୁ ଅଛି ତହରି ମହିମା 


ଅପୂର୍ବ ରୂପେ ତହରି।୨।


ମେଲି ରଖି ଅଛୁ ନୟନଟି ତୋର


ଦେଖୁଛି ଜନଙ୍କ ଖେଳ,


କାମନା ସତ୍ତାର କରୁଅଛି ନେତା


ଖେଳନ୍ତି ଶତ୍ରୁର ଖେଳ।୩।


ଜନଙ୍କ ମଙ୍ଗଳ ଛାଡ଼ି ଆଜି ନେତା 


ନିଜ ଉନ୍ନତିର ଚିନ୍ତା,


ଜନତା ଟଙ୍କାରେ କୋଟି କୋଟି ଖର୍ଚ୍ଚ


ସଂସଦର ନାହିଁ ଚିନ୍ତା।୪।


ନିଜ ସ୍ବାର୍ଥ ପାଇଁ ଲୋକସଭା ବନ୍ଦ


ବନ୍ଦ ଅଛି ରାଜ୍ୟସଭା,


କାଗଜ ଫିଙ୍ଗନ୍ତି ଚିତ୍କାର କରନ୍ତି


ବନ୍ଦ କରୁ ଛନ୍ତି ସଭା।୫।


ସ୍ବାର୍ଥଭାବ ତାଙ୍କ ସତ୍ତାକୁ ପାଇବା


କରୁଛନ୍ତି ଦେଶେ ଲୀଳା


ଲଜ୍ୟା ଲାଗୁ ଅଛି ଦେଖି ଏ ତାଣ୍ଡବ


ଶତ୍ରୁ ଦେଶ ପରି ଲୀଳା।୬।


ଚକାନୟନରେ ଦେଖୁ ଛନ୍ତି ପ୍ରଭୁ


ଜନତା ଦେଖୁଛି ସବୁ,


ଜନ ସେବା ନାହିଁ ନିଜ ଲାଭ ପାଇଁ


କରନ୍ତି ନାଟକ ସବୁ।୭।


ମନୁଷ୍ୟ କର୍ତ୍ତବ୍ୟ ଜନଜନ ସେବା


ନେତାଙ୍କ କର୍ତ୍ତବ୍ୟ ତହିଁ,


ଦେଶର ନିର୍ମାଣେ ସମର୍ପଣ ଭାବ


ଗୌରବ ଆଣିବ ଯହିଁ।୮।


ଆଜିର ନେତାଙ୍କ ନାହିଁ ସେ ଭାବନା


ଭାବନା ଟି ନିଜ ସ୍ବାର୍ଥ


ଦେଶ ଡୁବି ଯାଉ ଜନ ମରି ଯାଉ


ଚିନ୍ତା ମାତ୍ର ସତ୍ତା ସ୍ବାର୍ଥ।୯।


ଦେଖୁଛନ୍ତି ପ୍ରଭୁ ବଡ଼ଦେଉଳରେ


ଚକାନୟନରେ ସବୁ,


ଜନତା ଦେଖୁଛି କର୍ମ କାର୍ଯ୍ୟ ତାଙ୍କ


ବିଫଳ କରିବେ ସବୁ।୧୦।


କରୁଛୁ ବିନତୀ ବଡ଼ ଠାକୁରଙ୍କୁ


ନଜର ଟି ଦିଅ ପ୍ରଭୁ,


ଏ ପରି ନାଟକ ନ ହେଉ ଦେଶରେ


ଦୂର କରି ଦିଅ ପ୍ରଭୁ।୧୧।


ଫୋନ୍ ଟ୍ୟାପ୍ କିମ୍ବା ଜାସୁସି କରିବା


ତାହା ପାଇଁ କିମ୍ପା ଚିନ୍ତା,


ଜନତା ସେବା ହିଁ କର୍ତ୍ତବ୍ୟଟି ତୁମ


କରହେ ଜନତା ଚିନ୍ତା୧୨।


ଚିନ୍ତା ଯଦି ଅଛି ମନର ଭିତରେ


ବିଚାର କର ସଭାରେ,


ବନ୍ଦ କରିଲେଟି କି ଲାଭ ହୋଇବ


ଯୁକ୍ତି କରହେ ସଭାରେ।୧୩।


ହାତ ଦେଇ ଅଛ ପାଦ ଦେଇ ଅଛ


ଦେଇଛ ବୁଝିବା ଶକ୍ତି,


ଜ୍ଞାନ ଦେଇ ଅଛ ବିଦ୍ୟା ଦେଇ ଅଛ


ଦେଇଛ କର୍ମର ଶକ୍ତି।୧୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy