STORYMIRROR

Manaswini Dash

Tragedy

3  

Manaswini Dash

Tragedy

ସ୍ୱାଧୀନ ଭାରତ ହେ

ସ୍ୱାଧୀନ ଭାରତ ହେ

1 min
177

ନିଳାଭ ଗଗନରୁ ଲିଭିବାକୁ ଯାଉଛି ଅମା ଅନ୍ଧକାରର ଚି଼ହ୍ନ 

ଚତୁର୍ଦ୍ଦିଗରେ ପ୍ରକମ୍ପିତ ହେବ ସ୍ୱାଧୀନତା ଦିବସର ସ୍ଲୋଗାନ 

ଫରଫର ହୋଇ ଉଡ଼ିବ ଜାତୀୟ ପତାକା 

ସତେ ଯେମିତି ବିଜୟର ଶଙ୍ଖ ଧ୍ୱନି ସଂସାରରେ ଫାଟିପଡିବ 

ସତରେ କଣ ଆମେ ବିଜୟୀ? ସତରେ କଣ ଆମେ ସ୍ୱାଧୀନ? 

ବଳାତ୍କାରରେ ପୀଡିତ ସରଳ, ନିଷ୍ପାପ ନାରୀଟିର ଚିତାକୁ ଦେଖିଲେ ବିଶ୍ୱାସ ହୁଏନା 

ସର୍ବତ୍ର ଭୋକର ଭୂଗୋଳ ଆଉ ଅଭାବର କରୁଣ ଚିତ୍କାର ମନରେ ସନ୍ଦେହ ଜାତ କରେ 

ଦଶନ୍ଧି ପରେ ଦଶନ୍ଧିର ନୀଡ ରଚନା ପରେବି ଦାରିଦ୍ର୍ୟର କରୁଣ ଚିତ୍କାର 

ଅସମାନତା ଆଉ ଅନ୍ଧବିଶ୍ୱାସର ବ୍ୟାପକତା 

ଭିତରେ ବିଦ୍ରୋହ ଜାତକରେ 

ଯେ ଆଜିବି ଆମେ ପରାଧୀନ, ଆଜିବି ଆମେ ନିଷ୍କ୍ରିୟ 

ହେ ସ୍ୱାଧୀନ ଭାରତ !

ଉନ୍ମୋଚନ କର ତୁମ ନିଦ୍ରିତ ନୟନ 

ଅଭିଯାନ ଆରମ୍ଭ କର ଏକ ପୂର୍ଣ୍ଣ ସ୍ୱାଧୀନ ଭାରତ ପାଇଁ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy