Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Tragedy

5.0  

Ansuman Swain

Tragedy

ମୋ ମା''

ମୋ ମା''

1 min
14K


ମୁଁ ଜନ୍ମ ହେଲାପରେ ତୁ ହସୁଥିଲୁ

କାନ୍ଦୁୁ ଥିଲି ପାଶେ ତୋର

ଜନ୍ମ ଦିନକୁ ମୁଁ କେବେ ଭୂଲିବିନି

ଏ ଅଭୁଲା ସ୍ମୃତି ମୋର ।

ତୋର ହାତ ଧରି ଚାଲୁଥିଲି ପଥ

ନଥିଲା ମୋ ମନେ କଷ୍ଟ

ତୁ ଯେବେ ମତେ ଖୁୁୁଆଇ ଦେଉଥିଲୁ

ପୁରା ଲାଗୁଥିଲା ପେଟ ।

ତୋର ମୁଖ ଦେଖି ହସୁ ଥିଲି ମୁହିଁ

ଦିନ ହେଉ କିମ୍ବା ରାତି

ତୋର କୋଳରେ ମୁଁ ଶୋଇ ପଡୁଥିଲେ

ମନେ ଆସୁଥିିଲା ଶାନ୍ତି ।

ବାଲି ,ଧୂଳି ରେ ମୁଁ ବୋଳି ହେଉଥିଲି

ଗାଳି କରୁଥିଲୁ କେତେ

ସେ ଗାଳିରେ ତୋର ସ୍ନେହ ,ଶ୍ରଦ୍ଧାଥିଲା

ଭଲ ଲାଗୁଥିଲା ମତେ ।

ଯେବେ ଅଳି କରେ ବୁଝେଇ ଦେଉତୁ

ଟଙ୍କାଟିଏ ହାତେ ଦେଇ

ମୋର ମନ କଥା ତୁହି ବୁୁଝିପାରୁ

ବୁଝି ପାରନ୍ତିିିନି କେହି ।

ଅନ୍ଧାରରେ ଥିଲେ ଆଲୋକିତ ଲାଗେ

ମନ ହୁଏ ଉଲ୍ଲାସିିିତ

ଭୋକିଲା ଥିଲେବି ଶାନ୍ତି ଲାଗେ ମତେ

ଗାଏ ମୁଁ ମଧୁର ଗୀତ ।

ଥକି ପଡିଲେ ମୁଁ ତୋର ପଣତରେ

ପୋଛି ଦେଉ ମୁହଁ ମୋର

ଆଜି ମୁଁ ଖୋଜିଲେ ମିଳୁ ନାହିଁ ଜମା

ଭାବୁଛି ମୁଁ ବାରମ୍ବାର ।

*******

ଲେଖା - ଅଂଶୁମାନ ସ୍ୱାଇଁ ,ସରମଙ୍ଗା, ସଡଙ୍ଗ, କେନ୍ଦୁଝର

୭୫୬୧୨୧.

ଫୋନ୍ ନମ୍ବର -୯୭୯୦୮୧୪୬୭୪.

ansumanswain93@gmail.com


Rate this content
Log in

Similar oriya poem from Tragedy