Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Others

4.9  

Bauribandhu Lenka

Inspirational Others

ସ୍ୱାଗତ ରଜ

ସ୍ୱାଗତ ରଜ

1 min
14K


ଦୁର୍ବିସହ ରୌଦ୍ର ତାପେ

ସନ୍ତପ୍ତ ଏ ଧରଣୀ କୋଳରେ,

ସ୍ୱାଗତ କରୁଛୁ ଆସ ହେ ରଜ ପରବ

ଟିପିଟିପି ବର୍ଷାର ଛନ୍ଦେ

ମୌସୁମୀ ଦୋଳାରେ ॥

ଆସ ତୁମେ କିଶୋରୀ ଲଲାଟେ

ଟୋପି ଟୋପି ଚନ୍ଦନ ବିନ୍ଦୁରେ ।

ଆସ ତୁମେ ନବବଧୂ ଗଭା ଗଜରାରେ

ଅଳତା ରଞ୍ଜିତ ପଦେ ମଥାର ସିନ୍ଦୂରେ ॥

ଆସ ତୁମେ ମାଆ ହାତ ପୋଡପିଠା

ସୁସ୍ଵାଦୁ ବ୍ୟଞ୍ଜନେ ।

ଆସ ତୁମେ ସାଇ ବୁଲା ନବ ପରିପାଟୀ

ମନଲୋଭା ବାସ୍ନା ଖିଲିପାନେ ॥

ଆସ ତୁମେ କୁଆଁରୀ ଯୁବତୀ ମେଳେ

ଗଛ ଡାଳେ ଫୁଲ ଦୋଳି ଖେଳେ ।

ଆସ ତୁମେ ପ୍ରିୟତମା ଚଞ୍ଚଳ ନୟନେ

ନଈ ତୁଠେ ମୁହଁ ସଞ୍ଜ ବେଳେ ॥

ଆସ ତୁମେ ଗାଁଆ ଚାନ୍ଦନୀରେ

ପଶା ଆଉ ତାଆସ ଆସରେ ।

ଆସ ତୁମେ ବୁଢୀମା ଗପରେ

ଶିଶୁର ସେ ଦରୋଟି ହସରେ ॥

ଆସ ତୁମେ ସବୁରି ହୃଦୟେ

ଖୁସି ଆଉ ହର୍ଷ ଉଲ୍ଲାସରେ ।

ଭରିଦିଅ ନବ ଉଦ୍ଦୀପନା

ପୁରପଲ୍ଲୀ ସମଗ୍ର ଦେଶରେ ॥

******


Rate this content
Log in

Similar oriya poem from Inspirational