Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଅପରିଚିତ

ଅପରିଚିତ

1 min
169


ଭୋଟ କେନ୍ଦ୍ର ଗଲି ପ୍ରମାଣ ମାଗିଲେ

କିଏ ତୁମେ କହ ବୋଲି ।

ପରିଚୟ ପତ୍ର ମିଳିଗଲା ମୋତେ

ଅପରିଚିତ ମୁଁ ଥିଲି ।୧।


ନାମ ଠିକଣା ଓ ବୟସ ରହିଛି

ପରିଚୟ ପତ୍ରେ ମୋର ।

କେଉଁ ୱାର୍ଡରେ ରହୁଅଛି ମୁହିଁ

ସବୁ ରହିଛି ଏଥିର ।୨।


ନମ୍ବର ଗୋଟିଏ ଦିଆଯାଇଅଛି 

ରେକର୍ଡ ହୋଇ ରହିଛି ।

ଭୋଟର ପୋର୍ଟାଲ ଖୋଲିଲେ ଖୋଜିଲେ 

ନାଁ ମୋର ମିଳୁଅଛି ।୩।


ଅପରିଚିତ ମୁଁ ରହିଥିଲି ଯେବେ 

କେହି ତ ଚିହ୍ନୁ ନଥିଲେ । 

ଏବେ ମୋ ଭୋଟର କାର୍ଡ ଦେଖିଲେ 

ସମସ୍ତେ ମତେ ଚିହ୍ନିଲେ ।୪।


ଭୋଟର ଚିହ୍ନଟ କାର୍ଡ ନାହିଁ ଯାର

ସମସ୍ତଙ୍କୁ ମୁଁ କହୁଛି ।

କାର୍ଡଟିଏ କର ନିଶ୍ଚିତ ଭାବରେ 

ମନରେ ନଭାବି କିଛି ।୫।


ଅପରିଚିତ ରହିବ ନାହିଁ ତୁମେ

ସବୁ ସରକାରୀ କାମ ।

ସହଜ ହୋଇବ କାହିଁକି ରହିବ 

ଅପରିଚିତରେ ନାମ ?୬।


ଅତି ସୁବିଧାରେ ଏ କାମ ହୋଇବ 

ସୁବିଧା କେନ୍ଦ୍ରକୁ ଯାଅ ।

ଅଥବା ଭୋଟର ଚିହ୍ନଟ ପୋର୍ଟାଲ 

ଦେଖି କାମ କରିଯାଅ ।୭।



Rate this content
Log in

Similar oriya poem from Inspirational