Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu Mita

Inspirational

3  

Madhu Mita

Inspirational

ପିଆଜ ରସୁଣ ଅଦା

ପିଆଜ ରସୁଣ ଅଦା

1 min
208



ସକାଳୁ ଚା କପ୍ ଧରି ପାଖକୁ ଗଲାରୁ..

ବ୍ୟସ୍ତ ହୋଇ ଠିଆ ହୋଇଗଲେ ଓ ପଚାରିଲେ..

ଆରେ!! ତୁମେ କାନ୍ଦୁଛ!! ତୁମ ଆଖିରେ ଲୁହ??

ହସି ଦେଇ କହିଲି.. ଓହୋ.. ପିଆଜ କାଟୁଥିଲି ତ...

ବଳିଷ୍ଠ ବାହୁ ବନ୍ଧନରେ ଆବଦ୍ଧ କରି କହିଲେ।।

ମୁଁ ଦେଖି ପାରିବିନି.. ତୁମ ଲୁହ.. ଇସ୍.. କହି ଜାବୋଡି ଧରିଲା ବେଳେ...

ପ୍ରେସର୍ କୁକର୍ ଟା ହୁଇସିଲ୍ ଦେଇଦେଲା..ଯିବାକୁ ହେଲା...


ଅତି ସନ୍ତର୍ପଣରେ.. ବହୁ ଯତ୍ନରେ..

ପରସ୍ତ ପରସ୍ତ ବାହାର କରି ଚାଲୁଛ..

ରସୁଣର ଗୋଟେ ଗୋଟେ ଖୋଲପାକୁ..

ଈର୍ଷା ହେଲା।।ରସୁଣ ହେଲେ ହୋଇଥାନ୍ତି..

ପରସ୍ତ ପରସ୍ତ ହେଇ ମନ ହୃଦୟ ର ଖୋଳପାକୁ..

ଏମିତି ଗୋଟେ ଗୋଟେ କରି ଉନ୍ମୁକ୍ତ କରନ୍ତ.. ସନ୍ତର୍ପଣରେ।।ଯତ୍ନ ରେ।।।

 ଆଃ.. ଅନ୍ୟମନସ୍କ ହୋଇ ହାତଟା ଛୁରୀରେ କାଟିଦେଲି...


କେତେ ବେଳୁ ବସିଛନ୍ତି ପିଲା ଦଳେ..

ହାତରେ ମୋବଇଲ୍.. ହସି ହସି ଗଡୁଛନ୍ତି..

ବାଟ ଦେଇ ଯାଉଥିବା ସବୁ ଝିଅଙ୍କୁ ଦେଖି..

କେଜାଣି କଣ ସବୁ ଗପି ଚାଲିଛନ୍ତି..

ଯୌବନଟା କଣ ଏମିତି ଶସ୍ତା କିରେ??

କାମ ଧାମ ପଢା ପଢି ନ ହେଲେ କାହାକୁ ସାହାଯ୍ୟ ହେଲେ କର..

ଇଚ୍ଛା ହେଲା ଅଦାକୁ ଛେଚିଲା ପରି ଏମାନଙ୍କ ଦୂର୍ଭାବନାକୁ ଛେଚିଦେବି..

ଦେଲି ଦି ପାହାର.. ଅଦା ଖଣ୍ଡେ ରଖି.. ହେମଦସ୍ତାରେ...


Rate this content
Log in

Similar oriya poem from Inspirational