Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4.0  

Nilamani Thapa

Inspirational Others

ମାଟି ଦିଏ ପରିଚୟ

ମାଟି ଦିଏ ପରିଚୟ

1 min
128



କିଏ ସେ ବୁଝିବ          ମାଟିର ମହତ୍ତ୍ୱ

        ଦେବବା କିଏ ତା' ମୂଳ

ମାତୃଭୂମି ଆମ         ମାଟି ପରା ଅଟେ

        ସବୁ ତା' ଆଗେ ଅମୂଳ ।


ଗୁଳି ହୋଇ ପୁଣି       ଏମାଟି ଦେହରେ

         ଶିଶୁ ଟି ଆନନ୍ଦ ଭଲେ

ପିଲାଦିନ ଧୂଳି           ଖେଳର ଜୀବନୀ

         ମନେ ରଖିଛନ୍ତି ସଭେ ।


ଏ ମାଟି ପାଇଁ କି          ବୀର ଯବାନର

         ଅଟଇ ପରା ସମ୍ମାନ

ଜୀବନକୁ ତା'ର           ଖାତିର ନ କରି

         ରଖଇ ମାଟିର ମାନ ।


ଏ ଦେଶର ମାଟି           କୁମ୍ଭାର ପାଇଁ କି

        ଅଟଇ ଯେ ଭାତ ହାଣ୍ତି

ଭରେ ତା'ଜୀବନ       ଏ ମାଟି ଦେହରେ

        କିଏ ସେ ଦେବବା ଭଣ୍ଡି ।


ମାଟିର ଶରଧା            କୃଷକ ଟେ ପାଇଁ

         ରହିଛି କେଉଁ କାଳରୁ

ବରଷା ମାଟିର            କାଦୁଅ ପାଣିରେ

        ଫଳାଏ ଯେ ଶସ୍ଯ ତରୁ ।


ଗୃହିଣୀ ଟିଏତ            ମାଟିର ଆଦରେ

         ମାଟି କାନ୍ଥ ଲିପୁଥାଏ

କେତେ ମନୋରମ        ଝୋଟି ଚିତା ଅଙ୍କି

        ସଭିଙ୍କ ର ମନ ମୋହେ ।


ପାର୍ଥିବ ନିଶ୍ବାସ               କି ଅବା ବିଶ୍ୱାସ

        ନିଏ ସେ ଦିନେ ବିଦାୟ

ଏ ମାଟିର ଦେହେ           ମାଟିରେ ମିଶିଣ

        ମାଟି ଦିଏ ପରିଚୟ ।



Rate this content
Log in

Similar oriya poem from Inspirational