Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ନାରୀ ସ୍ୱାଧୀନତା

ନାରୀ ସ୍ୱାଧୀନତା

1 min
112


ଅସୁମାରୀ ସ୍ୱପ୍ନର ଲହଡ଼ି ଭରି ଥାଏ 

ନାରୀର ଆଖିରେ 

ଭାରି ଇଚ୍ଛା ହୁଏ ଜୀବନ ବିତାଇବାକୁ 

ମୁକ୍ତ ଆକାଶରେ |୧|


ସେ ତ ଏକ ନାରୀ ଖୋଜିଲେ ମନ

ରେ ସେ ସ୍ଵାଧୀନତା  

ପାଇବ କେଉଁଠୁ ସୁଖ ଦୁଃଖ ସାଉଁଟିବା 

ତାର ଜୀବନଟା |୨|


ଆକାଶ କଇଁଆ ଚିଲିକା ମାଛ ଅପହଞ୍ଚ 

ହୁଏ ସର୍ବେ ଜାଣିଥିବ

ସଂସାର ଗଢିବାରେ ତ ଜୀବନ କଟେ  

ସ୍ଵାଧୀନତା କାହୁଁ ପାଇବ |୩|


ଜନମ ଦିନରୁ ଶୁଣିଛି ଜନମ ତ ତାର 

ପର ଘରକୁ ଯିବାକୁ

ସଂସ୍କାର ଶିଖିବ ଶାଶୁ ଶଶୁର ସ୍ୱାମୀ ପ୍ରଶ୍ନ

ସବୁର ଉତ୍ତର ଦେବାକୁ |୪|


ତ୍ୟାଗର ମୂର୍ତ୍ତିଟିଏ ହେବ ସମସ୍ତ ଅର୍ଦ୍ଦଳୀ 

ଓ ଅତ୍ୟାଚାର ସହିବାକୁ

ଜନ୍ମରୁ ଶିଖେ ସହିବା ପ୍ରଥମ କର୍ତ୍ତବ୍ୟ ହକ୍ 

ନାହିଁ ସ୍ଵାଧୀନତା ପାଇବାକୁ |୫|


ନିଜର ଅସ୍ତିତ୍ୱକୁ ହଜାଇ ଦିଏ ବ୍ୟସ୍ତତାର 

କୋଳାହଳ ଜୀବନ ଭିତରେ 

ସ୍ୱପ୍ନର ସଉଧ ଭାଙ୍ଗି ଚୂର୍ ଚାର ହୋଇଯାଏ 

ମିଛ କର୍ତ୍ତବ୍ୟ ନିୟମରେ |୬|


ଜୀବନର ସମୟଟା ସରିଯାଏ ପିତା ଭ୍ରାତା 

ସ୍ୱାମୀଙ୍କର ଆଶ୍ରିତ ଭାବରେ

ବଞ୍ଚିବ ଅନ୍ୟ ପାଇଁ ଦୀପ ହୋଇ ଜଳିବା ହିଁ 

ପ୍ରାପ୍ୟ ମିଛ ଅହମିକାରେ |୭|

 

ସମସ୍ତଙ୍କୁ ସମ୍ମାନ ଦେଇ ଦେଇ ଅନ୍ୟର ଖୁସି 

ପାଇଁ ପ୍ରତ୍ୟେକ ଦିନ ବିଷ ପିଉଥାଏ

ଆଖିରେ ଅନେକ କାହାଣୀ ନେଇ ବଞ୍ଚିଥାଏ 

କାରଣ ସେ ତ୍ୟାଗର ମୂର୍ତ୍ତିଟିଏ |୮|


ବାସ୍ତବକୁ ଆସ ଭାବନା ରାଇଜରୁ ଧୋବା ତୁଠ 

ହୁଅ ନାହିଁ ନିଜ ଅସ୍ତିତ୍ୱ ହଜାଇ

ସ୍ୱାଧୀନତାର ତୃପ୍ତ ଗଗନ ସ୍ପର୍ଶକୁ ଅନୁଭବ କର 

ସମସ୍ତ ଅତ୍ୟାଚାରକୁ ହଟାଇ |୯|



Rate this content
Log in

Similar oriya poem from Inspirational