STORYMIRROR

SUSRI SAHOO

Inspirational

3  

SUSRI SAHOO

Inspirational

ଶୁଭ କାମନା

ଶୁଭ କାମନା

1 min
206

ଶୋଇଛୁ ସୁଖଦ ନିଦ୍ରାରେ

କି ହରଷ ମନେ ।

ଜଟିଳ ଗଣିତ ସହଜ

ହେଉ ତୋ ଜୀବନେ ॥

ସରଳ, ସୁନ୍ଦର ଆଗାମୀ

କରୁ ସୁସ୍ୱାଗତ ।

ସୁବାଷ କୁସୁମେ କୋମଳ

ଆଛ୍ଛାଦିତ ପଥ ॥

ଆନନ୍ଦ, ଉଲ୍ଲାସ, ହରଷ

ହୋଇଯାଉ ଯୋଗ ।

ବିରସ, ବିଫଳ, ବେଦନା

ଫେଡାଣ ବିୟୋଗ ॥

ସଫଳ, ସୁକିର୍ତ୍ତୀ, ସୁନାମ

ଗୁଣି ହୋଇଯାଉ ।

କ୍ଳେଶ ହରିଣ ଭାଗଶେଷ

ଶୂନ୍ୟ ରହିଥାଉ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational