Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSRI SAHOO

Others

2  

SUSRI SAHOO

Others

ସ୍ବପ୍ନ ଓ ଜୀବନ

ସ୍ବପ୍ନ ଓ ଜୀବନ

1 min
2.9K


ଜୀବନେ ସପନ ସପନେ ଜୀବନ
ଅଙ୍ଗାଙ୍ଗୀ ଭାବେ ଜଡିତ
ସପନର ବିନା ଜୀବନ ଅଧୁରା
ଜିଇଁବାର ମୂଖ୍ୟ ସ୍ରୋତ ||

ଇନ୍ଧନ ଯୋଗାଏ ବଞ୍ଚିବାକୁ ସ୍ବପ୍ନ
ଦେଖାଏ ସେ ନୂଆ ରାହା
ଅତୀବ ସୁନ୍ଦର କରେ ଜୀବନକୁ
ପଥ ଚାଲିବାକୁ ସାହା ||

ସବୁଜ ସୁନ୍ଦର କରେ ଜୀବନକୁ
ଆଶାର ଆଲୋକ ଭରି
ବୁଣି ଦେଇଥାଏ ସପ୍ତରଙ୍ଗ ବୀଜ
ନଭ ଇନ୍ଦ୍ରଧନୁ ପରି ||

ପ୍ରଭାତେ ଅରୁଣ ହୁଅନ୍ତି ଉଦୟ
ଆନନ୍ଦ ଉଲ୍ଲାସ ଭରି
ସପନରେ ଡେଣା ଲାଗିଯାଇଥାଏ
ଯେହ୍ନେ ସରଗର ପରୀ ||

ନୀରସ ଜୀବନେ ସରସତା ଖେଳେ
ଆନନ୍ଦ ଲହରୀ ଭରି
ସପନ ହୃଦୟେ ପ୍ରସନ୍ନ ଖେଳାଏ
ବିଷଣ୍ଣ କୁ କରି ଚୋରି ||

ସମୟର ସାଥେ ସପନ ବଦଳେ
ବୟସର ତାଳ ଦେଇ
ମନ ପକ୍ଷୀ ଠାରେ ଡେଣା ଲାଗି ଯାଏ
ବାସ୍ତବତା ହଜିଥାଇ ||

ଘଡି଼କେ ସ୍ବପ୍ନ ଘୋଟକ ପରି ଧାଏଁ
ଲଗାମ ବିହୀନ ଅଶ୍ବ
କ୍ଷଣପ୍ରଭା ସେତ ଚପଳା,ଚଞ୍ଚଳା
ଅମାପ ମାପ ଆକାଶ ||

ସବୁ ଅଭିଳାଷା ହୁଏନି ପୂରଣ
ସ୍ବପନ ହୁଏନି ସତ
ତଥାପି ସପନ ସରେ ନାହିଁ କେବେ
ସୁପ୍ତ ହେଉ ବା ଜାଗ୍ରତ ||

ବିନା କରମରେ ସପନ ଅଲୋଡା଼
ଅଟେ ବାଲି ଘର ଭଳି
କ୍ଷଣିକେ ତୋଳେ ଭବ୍ୟ ସୁରମ ନଗ୍ର
କ୍ଷଣିକେ ହୁଅଇ ଧୂଳି ||

ଏମିତି ସପନ ଦେଖିବାକୁ ହେବ
ଯେ ନିଦ ନିଏ ଚୋରାଇ
ସେହି ସପନକୁ ସତ କରିବାକୁ
ଶୋଇବା ତ ଲୋଡା ନାହିଁ ||


ସୁଶ୍ରୀ ସାହୁ

ଶିଲଂଗ
ମେଘାଳୟ


Rate this content
Log in