STORYMIRROR

SUSRI SAHOO

Others

0.8  

SUSRI SAHOO

Others

ସ୍ମୃତି ହୁଏନା ଇତି

ସ୍ମୃତି ହୁଏନା ଇତି

1 min
26.4K


ସ୍ମୃତି ଯାଏ ଆସେ
ମନ କାନଭାସେ,
ହସ ଲୁହ ଦିଏ
ସାଥି ହୋଇ ରହେ ||

ସପ୍ତରଙ୍ଗ ବୁଣେ
ଥାଏ ମନ କୋଣେ
ଶିହରଣ ଭରେ
ଆପଣା କୁ ଝୁରେ ||

ବାଲି ଖେଳ ସ୍ମୃତି
ପୁଚି ଖେଳ ପ୍ରୀତି
ଜାମୁ ଗଛ କୋଳି
ତୋଳୁ ହୋଇ ମେଳି ||

ସୁଲୁସୁଲୁ ବାଆ
କାଗଜର ନାଆ
ଗାଆଁ ଦାଣ୍ଡେ ଭାସେ
ମନ ଆମ ହସେ ||

ରଜ ଦୋଳି ଖେଳ
ସାଙ୍ଗ ସାଥି ମେଳ
ପୋଡ ପିଠା ବାସ୍ନା
ପୁର ରାଶି ,ଛେନା ||

ଗ୍ରୀଷ୍ମେ ଟାଣ ଖରା
ପୋଖରୀ ପହଁରା
ଶୀତେ ଥଣ୍ଡା ବାଆ
ପୁହିଁ ହେଉ ନିଁଆ ||

ସ୍କୁଲ କଳା ପଟା
ଗୁରୁଜୀଙ୍କ ଦଣ୍ଠା
ଖାଇ ଛୁଟି ବେଳ
ସାଙ୍ଗ ସାଥି ଖେଳ ||

ସରସ୍ବତୀ ପୂଜା
ଭୋଗ ମୁଆଁ ,ଖଜା
ଫୁଲ ମାଳ ଗୁନ୍ଥା
ମାଳତୀର ପେନ୍ଥା ॥

ମାଆର ପଣତ
ବାପାଙ୍କ ଆକଟ
ଜେଜେମା' କାହାଣୀ
ବୁଢୀ ଅସୁରୁଣୀ ||

ଖଳା ପାଳ ଭାଡି
ଡେଉଁ ଥାଉ ଚଢି
ତାଳ ବଣ ସଜ
ହୋଲିର ମଉଜ ||

ଶଗଡର ଦୋଳି
ଗାଆଁ ଦାଣ୍ଡ ଧୂଳି
ତାମସା ଯାତରା
ବଜାର ପସରା ||

ଦିନ ଯାଏ ବତି
ଲିଭେ ନାହିଁ ସ୍ମୃତି
ଛାଇ ପରି ରହେ
ମନ ଝୁରୁ ଥାଏ ||

ସ୍ମୃତି ଅସରନ୍ତି
ହୁଏନା ସମାପ୍ତି
ଅତୀତର ଇତି
ବର୍ତ୍ତମାନ ସ୍ମୃତି ||

ସୁଶ୍ରୀ ସାହୁ

ମେଘାଳୟ


Rate this content
Log in