STORYMIRROR

SUSRI SAHOO

Others

3  

SUSRI SAHOO

Others

ଉଠ ହେ ପୁତ୍ର

ଉଠ ହେ ପୁତ୍ର

1 min
223

ଉଠ ହେ ବୀର ଜାଗ ହେ ସୁର ଧର ରୁଦ୍ର ଅବତାର,

କର ହେ ବଦ୍ଧ ସରିନାହିଁ ଯୁଦ୍ଧ ଶତ୍ରୁ କର ସଂହାର ll


ଧର ଗାଣ୍ଡିବ କର ତାଣ୍ଡବ ହେଉ ପାଷାଣ୍ଡ ନାଶ

ପାର୍ଥ ସାଜିବ ବ୍ୟର୍ଥ ଯିବନି ଅନ୍ୟାୟ ହେବ ବିନାଶ ll


ବୀର ପ୍ରସବିନୀ ଜନନୀ ତୁମ ଡାକୁଛିହାତ ଠାରି 

ସୁଧା ସଂଜୀବନୀ ଦେବି ହେ ପୁତ୍ର ଉଠ ନ କରି ଡେରି ll


ଏକ ପୁତ୍ର ଜନନୀ ନୁହେଁ ମୁଁ ସହସ୍ର ବୀରର ମାତା

ଚିର ନିଦ୍ରାରେ ଶୋଇଛି ସୁତ ତଥାପି ଜଗତଜିତା ll



Rate this content
Log in