STORYMIRROR

SUSRI SAHOO

Inspirational

3  

SUSRI SAHOO

Inspirational

କନ୍ୟା

କନ୍ୟା

1 min
316

ଗହ୍ମା ପୂର୍ଣ୍ଣ ଚାନ୍ଦ

ହସ ମନ୍ଦ ମନ୍ଦ

କି ଶୀତଳ ତା କିରଣ ।


ନଗେଶ ନନ୍ଦିନୀ

ଜାହ୍ନବୀ ପ୍ଲାବିନୀ

ଶୁଦ୍ଧ ପୂତ ତୋୟେ ସ୍ନାନ ।

 

ଶୁଭ୍ର ଆଲୋକ ର

ଚୁନା ଚୁନା ଦୀପ୍ତି 

ଅକେଂ ଖେଳୁ ଅଛି ଦୋଳି ।


ଉଲ୍ଲସିତ ପ୍ରାଣେ 

ଉନ୍ମାଦନା ଭରେ 

ସତେ ବାରିଧି ଲହଡି ।


ଲାସ୍ୟ ହାସ୍ୟ ଛନ୍ଦେ

ପ୍ରୀତି ଭରା ଗନ୍ଧେ 

ଚଚଂଳ ପ୍ରଜାପତି ।


ଅନୁଢା କୁସୁମ

ସୁରଭି ବିତରେ

ରଖିଥାଏ ପ୍ରେମେ ବାନ୍ଧି।


ତୋ କଣ୍ଠର ଭାଷ

ତୋ ଓଷ୍ଠର ହସ

ମୋ ପାଇଁ ପୀୟୂଷ ସତେ।


ତୁହି ମାଆ, ସୁତା

ସଖି ଓ ଦୁହିତା

ଆଈ ,ଜେଜେମାଆ ଯେତେ ।


Rate this content
Log in

Similar oriya poem from Inspirational