Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSRI SAHOO

Others

2  

SUSRI SAHOO

Others

ମୋ ମା' ମାଟି

ମୋ ମା' ମାଟି

1 min
1.2K


କେମିତି ବର୍ଣ୍ଣିବି ଜନମ ମାଟିକୁ
ପାଉ ନାହିଁ ଆଦି ଅନ୍ତ
ଜୀବନର ସବୁ ସୃତି ଅନୁଭୁତି
ତାହାରି କୋଳରୁ ପ୍ରାପ୍ତ ||

ଧୂଳି,ମାଟି,ପାଣି,ପବନ ମହକ
ଅଟେ ତାହାର ନିଆରା
ତା' ଧୂଳିଦାଣ୍ଡରେ ଲୋଟି ଗଲେ ଥରେ
ହୃଦ ତୃପ୍ତ ହୁଏ ପରା ||

ଭୂଗୋଳ ଇତିହାସେ ନାହିଁ ତା ନାଆଁ
ମନ କାଗଜରେ ଲେଖା
ସୁଶୀତଳ ଜଳ ମୃଦୁ ପବନରେ
ଜଳିଛି ଜୀବନ ଶୀଖା ||

ପୂର୍ବ ନଭେ ଯେବେ ଆଦିତ୍ୟ ଉଅଁନ୍ତି
ଧରି ଅମୃତ କଳସ
ଗାଆଁ ଶୋଭେ ମୋର ଦିଶଇ ସୁନ୍ଦର
ପୁଷ୍ପ ଚହଟଇ ବାସ ||

ଗାଆଁ ଦାଣ୍ଡ ମୋର ଅଙ୍କାବଙ୍କା ରାସ୍ତା
ଆଦ୍ୟ ମଙ୍ଗଳା ମନ୍ଦିରୁ
ବାଟରେ ପଡେ ମାହିମା ବତୀଘର
ଘଣ୍ଟ ଶୁଭେ ପାହାନ୍ତାରୁ ।।

ଚତୁଃପାର୍ଶେ ଦେବାଦେବୀଙ୍କ ଆଳୟ
ଏହିଠାରେ ଅବସ୍ଥାନ
ଶାଳରଗଡି ରେ ଦେବ ମହାଦେବ
ନୂଆଁ ପାହାଡେ ଶ୍ରୀରାମ ||

ଉତ୍ତରଦିଗେ କାମନା ଠାକୁରାଣୀ
ଅଟନ୍ତି ପ୍ରତକ୍ଷ ଦେବୀ
ଗାଆଁ ମୁଣ୍ଡେ ପୀତାବଳୀ ଠାକୁରାଣୀ
ମୋ ଗାଆଁର ଗ୍ରାମଦେବୀ ||

ଗାଆଁ ଶେଷେ ଅଛି ପାଠଶାଳା ଆମ
ଦୋଳ ମଣ୍ଡପ ପାଖରେ
ଦୋଳେ ଫଗୁ ଖେଳନ୍ତିି ରାଧାଗୋବିନ୍ଦ
ଲଉଡି ବାଡି ସାଥିରେ ||

ଗାଆଁ ମଝିରେ ଛିଡା ବଉଳ ଗଛ
ପୁଷ୍ପ ସୁବାଷ ମହକେ
ଦଣ୍ଡ,ନାଚ,ପାଲା ହୁଏ ସେହିଠାରେ
ଗାଆଁ ମୋର ଚମକେ ||

ସରୋବର ସବୁ ଅପରୂପ ଦିଶେ
ଲାଲ୍ ଶୁଭ୍ର କଇଁ ଭରି
ସତେକି ଓହ୍ଲାଇ ଆସିଛି ଧରାକୁ
ସରଗର ଅପସରୀ ||

ସଞ୍ଜ ନଇଁଗଲେ ଲୁଚି ଯାନ୍ତି ରବି
ନିମିଧା ପାହାଡ଼ କୋଳେ
ଘଣ୍ଟ,ଶଙ୍ଖ,ମୃଦଙ୍ଗ,ଖଞ୍ଜଣୀ, ଗିନି
ଶୁଭୁଥାଏ ତାଳେ ତାଳେ ||

ସୁଶ୍ରୀ ସାହୁ

ଶିଲଂଗ
ମେଘାଳୟ


Rate this content
Log in