Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSRI SAHOO

Others

3  

SUSRI SAHOO

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
11.4K


ଶୂନ୍ୟ ଭରା ଜୀବନରେ

ତୁହି ଭରୁ ପୂର୍ଣ୍ଣତା

ଭରିବାକୁ ଏ ଶୂନ୍ୟତା

ଯଥେଷ୍ଟ ତୋ ମମତା ||


ଜୀବନର ଶୀଖା ଜ୍ୟୋତି

ତୁହି ଅଟୁ ପ୍ରକାଶ

ତିମି ଭରା ଅନ୍ଧାରରେ

ଭରୁ ଆଶା ବିଶ୍ବାସ ||


ତୋ ପଣତ ବାସ୍ନା ମା'ଲୋ

ଚାହୁଁଛି ତନ ମନ

ତୁଳନୀୟ ହେବ କି ତା'

ସରଗ ସୁଖ ପୁଣ ||


ସୃଷ୍ଠି ପାଇଁ ଅନିବାର୍ଯ୍ୟ

ଅଟଇ ଅଶୁଂମାଳୀ

ସନ୍ତାନେ ତୋ ଅବଦାନ

ଅଶୁଂଠୁ ପଡେ ବଳି ||


ଚାନ୍ଦଠୁ ଅତି ଶୀତଳ

ଅଟେ ତୋହର ଛାୟା

ମଧୁର ଡାକ କୁହୁକ

କି ଅଛି କହ ମାୟା ||


କୁଳୁକୁଳୁ ତାନ ଝର

ବହେ ସ୍ନେହର ବାରୀ

ସନ୍ତାନ ପାଇଁ ତପସ୍ୟା

ତୁ ତପସ୍ବିନୀ ନାରୀ ||


ଚନ୍ଦନ ବାସଠୁ ଶୁଦ୍ଧ

କସ୍ତୁରୀ ଠୁ ନିଆରା

ଗୀତା, ଭାଗବତ,ବେଦ

ପୁରାଣ ସମାହରା ||


ପଲକ ଖୋଲିଲେ ଦିଶୁ

ମୁଦିଲେ ଦିଶୁ ତୁହି

ସ୍ମୃତି କେବେ ହେବୁନାହିଁ

ହୃଦୟ କହୁ ଥାଇ ||


ସବୁବେଳେ ବର୍ତ୍ତମାନ

ହୋଇ ତୁ ଥାଆ ପାଶେ

ତୋ ଅଙ୍କ ଉଷୁମ ଛାୟା

ଆଶୀର୍ବାଦ ମନାସେ ||


ତୁ ଅତୀତ , ବର୍ତ୍ତମାନ

ଭବିଷ୍ୟତ ର ଛାଇ

ଅଭୁଲା ମାନସ ସ୍ମୃତି

କେବେ ଲିଭିବୁ ନାହିଁ ||


ସୁଶ୍ରୀ ସାହୁ

ମେଘାଳୟ


Rate this content
Log in