Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ସେ ଅପରିଚିତ

ସେ ଅପରିଚିତ

1 min
192



ଦୁର୍ଲ୍ଲଭ ଜୀବନ ମିଳିଛି ଆମକୁ

ଭାବିଛ କି କେବେ ଥରେ।

ସର୍ବଶକ୍ତିମାନ ପ୍ରଭୁ ରହିଛନ୍ତି

ଆମରି ହୃଦ କନ୍ଦରେ ।୧।


ହଜାର ହଜାର ଜନମ ବିତିଲେ

ପ୍ରଭୁଙ୍କର କୃପା ହେଲେ।

ଜାଣିବା ପାଇଁକି ତାହାଙ୍କୁ ଯତନ

କରିଥାଏ କେହିହେଲେ ।୨।


ଅପରିଚିତ ସେ ପରିଚିତ ହେଲେ

ତୁଟଇ ସବୁ ବାସନା ।

କୋଟି ଜନମର ତପସ୍ୟାର ଫଳ

ଲାଭ ହୋଇଥାଏ ସିନା ।୩।


ଏଡିକି ନିଜର ଏତେ ଆପଣାର

ଅହରହ ଆମ ହିତ ।

ଆମରି ଭିତରେ ଅବସ୍ଥାନ କରି

କରିଥାଆନ୍ତି ସତତ ।୪।


ଅମୃତ ରୂପରେ ବିରାଜୁ ଅଛନ୍ତି

ଆମରି ଭିତରେ ହରି ।

ଅପରିଚିତ ସେ ଭାବୁଅଛେ ଆମେ

ନ ଦେଖି ରୂପ ତାଙ୍କରି ।୫।


ମାୟାର ପରଦା ହଟିଯିବ ଯେବେ

ମନ ହେବ ଗଙ୍ଗାଜଳ ।

ସେ ଅପରିଚିତ ହେବେ ପରିଚିତ

ତାଙ୍କ କୃପାରେ କେବଳ ।୬।


ସମର୍ପଣ କର ଜୀବନ ତୁମର

ସେ ଆତ୍ମଦେବ ପୟରେ ।

ଜୀବନ ତୁମର ସାର୍ଥକ ହୋଇବ

ପରିଚିତ ହେଲେ ଥରେ । ୭।




Rate this content
Log in

Similar oriya poem from Inspirational