କୁହୁଡି
କୁହୁଡି
ବହୁତ ଖୁସି ଲାଗେ
କାରଣ ଜଣା ଯାଏନି
ମନ ଉଦାସର
ରହସ୍ୟ ବୁଝା ପଡେନି ।
କେହି ନଥାଇ ଲାଗେ
କିଏ ଜଣେ ଜଗି ରହିଛି
ପାଖେ ଥାଇ ମଧ୍ୟ
ଯୋଜନ ଦୂରତା ରେ ଅଛି ।
ଖାଦ୍ୟ ଦେଖି ସତେ
କ୍ଷୁଧା ଆସେନା
କ୍ଷୁଧା ବେଳେ ଖାଦ୍ୟ
ଅପେକ୍ଷା କରେନା ।
ନା ଏ କେବେ କେଉଁ ସ୍ବପ୍ନ କଳ୍ପନାର
ଏ କିମିଆ ବି ନୁହେଁ ସମୟର
ଏ ତ ଏକ ମଜା ଖେଳ
ନିଜ ଅନ୍ତର୍ମନର ।
କହିଥାଏ ସବୁ ମାୟା
ସତ କେବେ ଦେଖି ହୁଏନା
ଯାହା ସବୁ ଦେଖା ଯାଏ
ସବୁବେଳେ ସତ ହୁଏନା ।