Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୪୪

ବେସୁରା ଗୀତି-୭୪୪

1 min
6.6K


ବର୍ଷା ତୁ ଏକ ଅମାନିଆ ଧାରା

ଇଚ୍ଛା ହେଲେ ବର୍ଷି ଯାଉ

ଇଚ୍ଛା ନଥିଲେ ତୁ ନିଜେ ଜଳୁଥାଉ

ଦୁନିଆଁକୁ ଜାଳି ଦେଉ ॥

ମନ ତୋ ମାନିଛି ଆସୁଛି ଆଜି ଲୋ

ଶ୍ରାବଣ ରଥରେ ଚଢି

କାହା ଉପରେ ତୁ କୋପ କରିଛୁ ଲୋ

ଆସିଲାଣି ନଈ ବଢି ॥

ଦଦରା ନାଆ ମୋ ଶୁଖିଲା ନଈରେ

ଭାସୁଥିଲା ଏଣେ ତେଣେ

ଆଘାତରେ ତୋର କେବେ ବୁଡିଯିବ

ସେ କଥା ବା କିଏ ଜାଣେ ॥

କେତେ ପ୍ରତିକ୍ଷା ମୁଁ କରିଥିଲି ତୋତେ

ଆସିଲୁ ତୁ ଭଲ କଲୁ

ଏମିତି ବର୍ଷିଲୁ କାହିଁକି କେଜାଣି

ହୃଦୟ ମୋ ଭାଙ୍ଗି ଦେଲୁ ॥

ଆଜି ଆଉ ଥରେ ବରଷି ଯାଆ ଲୋ

ପ୍ରୀତିମୟ ସ୍ଵର ତୋଳି

ତୋ ପରଶେ ହଜୁ ଜୀବନ ଯନ୍ତ୍ରଣା

ହଜିଯାଉ ଅନ୍ଧ ଗଳି ॥


Rate this content
Log in

Similar oriya poem from Fantasy