Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Tragedy

2  

Kalyani Nanda

Tragedy

ଯେବେ ତୁମେ ମନେପଡ

ଯେବେ ତୁମେ ମନେପଡ

1 min
164



ବାସ୍ନାୟିତ ରଜନୀ ,

ଜ୍ଯୋସ୍ନା ପ୍ଲାବିତ ଧରା ,

ଚାହିଁଛି ମୁଁ ପୂର୍ଣ୍ଣମୀ ଜହ୍ନକୁ ,

ଜହ୍ନ କୁ ଦେଖିଲେ ,

ମନେ ପଡ ତୁମେ ,

ତୁମ ଅଭିମାନ ଭରା କଥା ,

ତୁମ ରାଗ, ରୁଷା,

ସ୍ମୃତିର ସିନ୍ଦୁକେ ମୋ ସବୁ ଯେ ସାଇତା ।


ମନ କାଗଜ ରେ ଲେଖେ ,

ବେଦନା ସ୍ୟାହୀରେ ,

ମନେ ଅଛି ଯେତେ ବ୍ଯଥା ,

ଜାଣେ ତୁମେ ନାହଁ ପାଶେ ,

ଅଛ ବହୁ ଦୂରେ ,

ହେଲେ ଆତ୍ମା ମୋର ଅନୁଭବେ,

ତୁମେ ଅଛ ମୋର ପାଶେ ପାଶେ,

ମାନସ ପଟଳେ ଯେବେ ତୁମକୁ ଦେଖେ ,

ଶ୍ରାବଣ ର ବର୍ଷା ପରି ,ଅନ୍ତର ର କୋହ ,

ଆଖି ରୁ ମୋ ଲୁହ ହୋଇ ଝରେ ,

ମୋ ମନ କାଗଜ ,ସେ ଲୁହ ରେ ବତୁରି ଯାଏ,

ବେଦନା ର ସ୍ୟାହୀ ଧୋଇ ହୋଇ ଯାଏ ,

ଆତ୍ମ ଲିପି ମୋର ,

ଆଖି ର ଲୁହ ରେ ଝାପସା ଦିଶେ ।




Rate this content
Log in

Similar oriya poem from Tragedy