Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Tragedy

3  

Prasanna Kumar Madala

Tragedy

ସ୍ମୃତି ଏକ ଜନ୍ମାନ୍ତରର

ସ୍ମୃତି ଏକ ଜନ୍ମାନ୍ତରର

1 min
11.3K



ମୁଁ ତ ଛାଡି ଆସିଥିଲି ସେ ପାର୍ଥିବ ଦେହଟା

ଭିନ୍ନ ଏକ ଲୋକକୁ

ଜଳିଯାଉ ଅନ୍ୟମାନଙ୍କ ପରି ବୋଲି ,

ପୁଣି କାହିଁକି ଯେ

ମଥା ପିଟି କେତେ କାନ୍ଦୁଥିଲ ତୁମେ ।

ସେମାନେ ତ ମୋତେ ଛାଡିଦେଲେ

ମିଆଦ ପୂରିଗଲା ଯେବେ

ଉଡିଯିବାକୁ ଆଉଥରେ ପୃଥିବୀ ଆଡକୁ

ଆଗଭଳି ପ୍ରେମ ଓ ଆଲୋକ ସନ୍ଧାନରେ ,

ଉଡି ଚାଲିଲି ପକ୍ଷକୁ ବିସ୍ତାରି ।

ମନେନାହିଁ ବିତିଥିଲା କେତେ ବର୍ଷମାସ

ଆଭା ତ ନଥିଲା ଅନ୍ଧାର ଘୋଟିଥିଲା

କ୍ଳାନ୍ତ କି ଥିଲା ସେଠାର ଅପରାହ୍ଣ !

ଆଖି ଆଗେ ଉଡୁଥିଲେ ଅନ୍ଧାରକୁ ଚିରି

କ୍ଷିପ୍ର ବେଗେ ପିପାସୁ ଶକୁନର ବଳ ,

ଧାଇଁ ଯାଇ ପଚାରିଲି ପଛର ଜଣକୁ ଆଣ୍ଟ ବାନ୍ଧି

କହି କି ପାରିବ ଏଠି ଅନ୍ଧାର କାହିଁକି

ମୃତ୍ୟୁର ଏହି ଅବବାହିକାରେ ?

କହିଲା ସେ ମଝିବାଟଟାରେ ମୁଣ୍ଡକୁ ବୁଲାଇ

ସେଠି କିଏ ବା ଅଛି ତୁମ ଆପଣାର ,

ନିବିଡ଼ତର କେଉଁ ବା ସମ୍ପର୍କର ?

ଅନୁଚ୍ଚ ଗଳାରେ ଦେଲି ମୁଁ ଉତ୍ତର --

ମୋର ସମସ୍ତେ ଅଛନ୍ତି କେବଳ ମୋତେ ଛାଡି

ହୁଁ , ତମେ ଏବେ ଏବେ ଆସିଛ ନା ନୂଆ ନୂଆ ,

ଦେଇପାରିବ ସାକ୍ଷ୍ୟପ୍ରମାଣ ଭଲ ପାଇବାର ?

ସେମାନେ ନାହାନ୍ତି ଯାହାକୁ ଖୋଜୁଛ ତମେ ।

ଆଉଥରେ ହଜିଗଲି ଅନ୍ଧାରରେ

ଥିବି କାଳେ ତାଙ୍କ ମନଗହନରେ , ହୃଦୟରେ !

ଯଦିବା ଥାଆନ୍ତି ରକ୍ତମାଂସ ଶରୀରରେ

ନୂତନ ଦେହରେ ସଂସର୍ଗର ସୁଖରେ

ଅତୀବ ଆପଣାର ସମ୍ପର୍କୀୟଟେ ହୋଇ

ପାରନ୍ତେ କି ଆପଣେଇ ସବୁଦିନ ପାଇଁ ?

ହାୟ ପୁଣି ବିତିଗଲା କେତେ କାଳ ଉଡି ଉଡି

ଶେଷରେ ମାଗିବାକୁ ଆଉ ଏକ ମୃତ୍ୟୁ ଚିରକାଳକୁ

ପରୀକ୍ଷିତ ପରି ମୋହମୁକ୍ତ ହୋଇ ଦେହବନ୍ଧନରୁ ,

ଅତୁଟ ସମ୍ପର୍କ ଯେ ଥିଲା ପିତା ପରମାତ୍ମା ତୁଲେ

ଅନାଦି କାଳରୁ କଳ୍ପ କଳ୍ପ ଧରି

ଅଂଶୀ ଅଂଶ ଯେଣୁ .….

ବାକି ଯାହା ଥିଲା ଅଭିନୟ ନିଜସ୍ବ ଭୁମିକାରେ ।

ଭିନ୍ନ ଏକ ରଙ୍ଗ ବୋଳିବାର ନାହିଁ ଆଉ ,

କ୍ଳାନ୍ତ ମୁଁ ଅବିରତ କ୍ଷିପ୍ର ଶକୁନର ପରି

ଉଡୁଛି ଯେ ଉଡୁଛି ଆଜି ଯାଏଁ

ପାଇଲି ନାହିଁ ଲବେ ପ୍ରଣୟ କି ପ୍ରେମ

ଅଚିହ୍ନା ବୋଲି କି ନିଜ ପ୍ରୀତି ଦରବାରେ ?

ରହିଯାଏ ଖାଲି ସ୍ମୃତି ଆଉ ଯେତେ ଭୁଲ ଖାଲି ଭୁଲ ,

ଆହାଃ ଏତକ ହିଁ ବିସ୍ମୟ ଯାହା !!


ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Tragedy