ରତ୍ନାକର ଚମ୍ପୂ (ଫ)
ରତ୍ନାକର ଚମ୍ପୂ (ଫ)
ରତ୍ନାକର ଚମ୍ପୂ
(ଚୌପଦୀ ରତ୍ନାକର)
(22)
ସଖୀପ୍ରତି ଶ୍ରୀକୃଷ୍ଣ
ରାଗ – ନଟ - ଏକତାଳି
ଫୁଲଶରେ ନ ଯା, ମୋତେ ସୁକୁମାରୀ ମାରି ରେ (ଘୋଷା)
ଫେଡି କହୁଛି ମୁଁ ସତେ, ଘେନ ମୋ ବିନୟ ଚିତ୍ତେ
ବଚନେ ନ ପାରି ତୋତେ, ରହିଲି ମୁଁ ହାରି ରେ (1)
ଫିଟାଇ ସଜନୀ ମାନ - ଗ୍ରନ୍ଥିକି ରାମା ରତନ
ମୋତେ ଏ ବିପଦୁଁ ବେଗେ ନିଅ ତୁ ଉଦ୍ଧରି ରେ (2)
ଫନ୍ଦା କରିଛି ମୁଁ ତୋତେ, ନାହିଁ ତୋ ବିନା ଜଗତେ
ମୋତେ କାମ ପାରାବାରୁ, କରିବାକୁ ପାରିରେ (3)
ଫୁଟାଇ ନଦେଇ ତମ, -ବାଣୀରେ ମୋର ମରମ
ଦେଖାଅ ସଖୀକି ବାରେ ଉପାୟ ବିଚାରି ରେ (4)
ଫରମାସ ଆଜି ବେଶେ, ଶ୍ରୀହରିଚନ୍ଦନ ଭାଷେ
ଶରଣ କେ ଅଛି ମୋର ବିନା ମୋ ତୋହରି ରେ (5)