Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Classics

3  

Jayashree Das

Classics

ପ୍ରେମର ଓଁକାର

ପ୍ରେମର ଓଁକାର

1 min
154


ଶକ୍ତିସ୍ୱରୂପିଣୀ ପ୍ରକୃତି ରୂପିଣୀ

   ଭାବ ମୟୀ ତତ୍ତ୍ୱମୟୀ

ପ୍ରେମମୟୀ ରାଧା ବୃଷ ଭାନୁ ସୁତା

   ଶ୍ରୀକୃଷ୍ଣଙ୍କ ରାସମୟୀ ।


ପରମପ୍ରେମିକା କୃଷ୍ଣ ପ୍ରଣାଧିକା

  ପ୍ରୀତି ସ୍ୱରୂପିଣୀ ରାଧା

ପୂର୍ଣ୍ଣ ସମର୍ପିତା ଶ୍ରୀରଙ୍ଗା ଚରଣେ

   ଦୁଇ ଦେହ ଏକ ଆତ୍ମା ।


କମଳ ଲୋଚନି ଶ୍ୟାମ ଆହ୍ଲାଦିନୀ

  ମଧୁକୁଞ୍ଜର ଶ୍ରେଷ୍ଠ ନାୟିକା

ମୋହନ ବେଣୁର ପ୍ରଥମ ଝଙ୍କାର

  ମାନମୟୀ କାହ୍ନା ପ୍ରେମିକା ।


ଅଙ୍ଗେ ଅଙ୍ଗେ ତୁମ ଶ୍ୟାମ ନାମାବଳୀ

  ଅନ୍ତରେ ଗୋବିନ୍ଦ ପ୍ରୀତି

ପ୍ରେମ ଠାକୁରାଣୀ ମାଧବ ମୋହିନୀ

  କିଶୋରୀ ପ୍ରେମର କିର୍ତ୍ତୀ ।


ତୁମ ପ୍ରେମଧାରେ କହ୍ନେଇ ବୁଡ଼ିଲା

  ସଂସାରେ ହୋଇଲ ଧନ୍ୟ

ପରମ ପୁରୁଷ ହୋଇଲେ ଅଧୀର

  କରିଥିଲ କେଉଁ ପୁଣ୍ୟ ।


କୃଷ୍ଣ ନାମ ଆଗେ ତୁମନାମ ଆସେ

  ଭକତିର ପୁଜାରିଣୀ

ପ୍ରେମର ଓଁକାର କିର୍ତ୍ତୀକା ଦୁହିତା 

   କୃପାକର ରାଧାରାଣୀ ।


Rate this content
Log in

Similar oriya poem from Classics