Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ନବକଳେବର

ନବକଳେବର

1 min
199



ତରୁଣ ଅରୁଣର କରୁଣ ଆଭାରେ

ପୁଲକିତ ଧରାପୃଷ୍ଠ-ସୁରଭିତ ପରିବେଶ

ତନ୍ମଧ୍ୟରେ ଏକ ପର୍ଯ୍ୟାୟ ପତିତ କଂକାଳର

ନବକଳେବର କାର୍ଯ୍ୟ ସମାପନ ହୋଇଛି

ପ୍ରକୃତି ଓ ପୁରୁଷର ବହୁବ୍ରୀହି ମିଳନରେ

ନାନୀ ମାଁ ର ଶୋକରେ-ଦାଦନର ଭୋକରେ

ଧୂମିଳ ସ୍ଵପ୍ନର ଦୁଃଖରେ-ଧୂସରିତ ଦିଗଂତର ଲକ୍ଷ୍ୟରେ

ଦାରିଦ୍ର୍ୟ ଭବ୍ୟ ରୂପରେଖରେ- ଦୈନ୍ୟର ଅନିର୍ଦ୍ଦିଷ୍ଟ ଅଧ୍ୟାୟରେ

ଶ୍ରେଣୀ ବୈଷମ୍ୟର ଅସରଂତି ଅବୋଲକରା କାହାଣୀରେ

ବ୍ରହ୍ମ ବିଭ୍ରାଟର ଅକଳ୍ପନୀୟ ପୃଷ୍ଠଭୂମିରେ

ନବକଳେବର ସଂପାଦି ହେବ :

ମୌସୁମୀ ମନସ୍କା ପ୍ରକୃତିର ଯଥାର୍ଥ ଅଭିଗ୍ରହଣରେ

ମୌସୁମୀସି ପ୍ରିୟାର ଗୋଲାପୀ ପଣତକାନିରେ

ସବୁଜ ଅରଣ୍ୟ ଓ ନୀଳଜହ୍ନର ମିଶ୍ରିତ ଅନୁକୃତିରେ

ଶୁଦ୍ଧ ସମାଜ ଓ ସୁସ୍ଥ ପରିବେଶର ସାର୍ଥକ ସ୍ବପ୍ନରେ

ସର୍ବୋପରି :

ସୁରମ୍ୟ ସଂପର୍କର ଶ୍ରାବଣୀ ସୃଜନଶୀଳତାରେ ।


Rate this content
Log in

Similar oriya poem from Classics