Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Classics Inspirational Others

3  

Jyotsna Acharya

Classics Inspirational Others

ଜୀବନ-ମୃତ୍ୟୁ

ଜୀବନ-ମୃତ୍ୟୁ

1 min
125


ଜନ୍ମ, ମୃତ୍ୟୁ 

ରହସ୍ୟର ଧ୍ରୁବ

ସତ୍ୟ ମୃତ୍ୟୁ

ଅନିଶ୍ଚିତ ଜୀବନର 

ଅନ୍ତିମତା।

କେତେ ବେଳେ

କାହାକୁ କେମିତି 

ନେଇଯିବ ପରଲୋକକୁ।

ଆଉ, ଛାଡି ଯିବ

ତମାମ ଜୀବନର

ସ୍ମୃତି, ତା

ଆତ୍ମିୟ ସହୋଦରଙ୍କ

ନିକଟରେ।

ଶେଷରେ

ସେ ପାଇ ଯିବ

ଗୁଡାଏ ଅଶୃ ଶ୍ରଦ୍ଧାଞ୍ଜଳୀ 

ଆତ୍ମାର ସଦଗତି ପାଇଁ ପ୍ରାର୍ଥନା

ପବିତ୍ର ନଦୀରେ ଅସ୍ତି ବିସର୍ଜନ।

ଜୀବନର ମୂଲ୍ୟ କୁ

ଆତ୍ମା ଭାବୁଥିବ

ଏତେ ଅଭ୍ୟର୍ଥନା, ଫୁଲହାର

ମୋ ଜିଇଁବା ବେଳେ

କାହିଁ ପାଇ ନଥିଲି ତ!

ମାଟି ଦେହ ତା'ର ମାଟିରେ ମିଶିବ

ଅଳ୍ପ ଅଳ୍ପ ଧର୍ମ

ସଞ୍ଚିତ ଆତ୍ମାଟି 

ସେଇଥି ପାଇଁ ତ 

ପରମାତ୍ମଙ୍କ ସହ ସଦା ସେ ତଲୀନ ।


Rate this content
Log in

Similar oriya poem from Classics