ଖଣ୍ଡାଲା
ଖଣ୍ଡାଲା
ଅରର୍ଣ୍ଣ ଜଙ୍ଗଲ
ଭରା ପାହାଡ
ତା ମଧ୍ୟେ ଝରଣା
କଳ କଳ ସ୍ବର
ଭ୍ରମଣ ବର୍ଷା
ମୌସୁମୀ ପ୍ରିୟ
ପର୍ଯ୍ୟଟକଙ୍କ
ପରିଭ୍ରମଣ।
ସୁନ୍ଦର ସବୁଜ
ଚ଼ତୁଃପାଶ୍ବ ବନ
ତା ମଧ୍ୟେ ଧୀର
ଟପକାଏ ବରଷା ଧାର।
ମେଘୁଆ ଆକାଶ
ପାହାଡ଼ର ଶିର୍ଷ
ଆହାଃ କି ସୁନ୍ଦର
ପୃଥିବୀ ଭେଷ।
ସ୍ବପ୍ନ ବା ଜାଗ୍ରତ
ଲାଗଇ ମୁହୂର୍ତ୍ତ
ଦିଶୁଛି ଖଣ୍ଡାଲା
ଚାରୁ ଚିତ୍ର ପଟ୍ଟ।
ସଂଧ୍ୟା କାଳର
ପଶ୍ଚିମ ସୂର୍ଯ୍ୟାସ୍ତ
ଗୁମ୍ଫା ସଂଙ୍ଗତେ
ସେ ଅପୂର୍ବ ଦୃଶ୍ୟ।