STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ଏକ ଦୃଷ୍ଟିଭଙ୍ଗୀର ସାହିତ୍ୟ

ଏକ ଦୃଷ୍ଟିଭଙ୍ଗୀର ସାହିତ୍ୟ

1 min
164


ପୁଂଜିବାଦୀ ସମାଜ,

ମଣିଷ ରହିଛି ମୃତ୍ୟୁ ନଦୀର ଉଭୟ ତୀରେ,

ପର୍ଯାପ୍ତ ବେକାରୀ,

ଦରବୃଦ୍ଧିରେ

ଶ୍ରମର ଚୋରୀରେ,

ଶ୍ରମିକ ଜନତାର,

ନିଃଶ୍ବାସର ଗତି ଉର୍ଦ୍ଧ୍ୱରେ,

ଅତୀବ ଉଚ୍ଚ ଆସନରେ, 

ପଂଜିପତି ଗୃଧ୍ର ଉଡେ ଆନନ୍ଦରେ,

ତଥାପି ଦୃଷ୍ଟି ,ତଳେ ଯେ ମଢ ମାନଂକର

ରକ୍ତର ଶୋଷଣରେ,

ହୀନ ବିଚାର ଯାହାର,

ଯିବ ବା କେଉଁଠାକୁ,

ଚିନ୍ତା ଶକ୍ତି ଲୁପ୍ତ ପ୍ରାୟ ତାର,

ଖୋଜି ଚାଲିଛି ନୂଆ ଶାସକର,

କାରଣ ଆଜି ଯେ ଅଛି,

କାଲି ତ ନଥିବ,

ଶୋଷକଙ୍କ ମଣିଷ ରକ୍ତ ଶୋଷଣ, 

ଜନଗଣଙ୍କ ଭୋଟରେ ଚୌକୀରେ 

ଵସିଥିଵା ଅବା ନୂଆ ବସିବା,

ଶାସକଙ୍କ କୁଶାସନ, ଘୃଣାଭାବ ସୃଷ୍ଟି, 

ହିଂସା ଓ ଅତ୍ଯାଚାର ର ଜଂଜିର

ଵିରୁଦ୍ଧରେ ଉଠିଛି ଇତିହାସେ,

ଉଠିବ ଭବିଷ୍ୟତରେ

ଶାଣିତ ସ୍ଵର,

ସାହିତ୍ୟ ବଂଚ଼ିଛି,

ବଂଚିବ,

ସାହିତ୍ୟିକ ସୃଷ୍ଟି ହୋଇଥିଲେ,

ଭବିଷ୍ୟତରେ ହେବେ,

ଜୀବନେ ଆସୁ ପଛେ ଝଡ଼,

ସ୍ୱାର୍ଥ ଛାଡି, ମିଛ ବାହାନା ନଥାଇ,

ଅଗ୍ନି ପରୀକ୍ଷାରେ,

ମୁଁ ସାଜି ପାରିବିକି ତା ପାଇଁ ଦିୱାନା

ଏଥିପାଇଁ ମୋ ମନରେ

ଆସେ ବାରମ୍ବାର ପ୍ରଶ୍ନ ।



Rate this content
Log in

Similar oriya poem from Abstract