ଆମେ ହିଁ ତ ତାଙ୍କ ସାହା
ଆମେ ହିଁ ତ ତାଙ୍କ ସାହା
ତୁମ ମୋ ଭିତରେ ନାହିଁ ଭେଦା ଭେଦ
ଯିଏ କୃଷ୍ଣ ସିଏ ଯୀଶୁ ,
ଜଗତ କଲ୍ୟାଣେ ଅବତାର ନେଇ
ଜନମନ୍ତି ହୋଇ ଶିଶୁ ।
ଲକ୍ଷ୍ୟ ଆମ ସେଇ ଏକ ;
ବାରବାର ଆମେ ଧର୍ମରକ୍ଷା ଲାଗି
ଭୋଗନ୍ତି ଅଶେଷ ଦୁଃଖ ।
ନିଜେ ଜଳି ସୂର୍ଯ୍ୟ ଆଲୋକ ଦିଅନ୍ତି
ନ ରଖି ଆପଣା ସ୍ୱାର୍ଥ ,
ପବନ ସବୁରି ଶ୍ଵାସ ପ୍ରଶ୍ୱାସରେ
ଚଳୁଅଛି ଅବିରତ ।
ଗଛ-ଲତା ନଦ-ନଦୀ ;
ପାଳନ କରନ୍ତି ଆପଣା ଧରମ
ନୁହଁନ୍ତି ସେ ପ୍ରତିବାଦୀ ।
ଏ ସୃଷ୍ଟି ଆମର ଆମେ ଏ ସୃଷ୍ଟିର
ତା' କଲ୍ୟାଣ ଲାଗି ଆପେ ,
ଅବତରିବାକୁ ପଡ଼େ ବାରବାର
ସଂସାରରେ ନାନା ରୂପେ ।
ଆମେ ହିଁ ତ ତାଙ୍କ ସାହା ;
କରି ଚାଲିଥିବା ଆପଣା କର୍ତ୍ତବ୍ୟ
କହୁପଛେ ଯିଏ ଯାହା ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।