ଛୋଟ ସେବାଟିଏ
ଛୋଟ ସେବାଟିଏ
ହୃଦୟ ଅଟଇ ମହାନ,
ଧନ ଧାନ୍ୟ ଅଭାବ:
ମନବି ଅଟଇ ମହାନ,
କିଏ ସାହସ ଦେବ::
ମହତ ହେବାକୁ ସବୁରି,
ମନେ ଆସଇ ଚିନ୍ତା:
ବଡ଼ନ ପାରିଲେ ସକଳେ,
ଛୋଟ କରି ପାରନ୍ତା::
ଖୋଲି ପରିବାନି ଆଶ୍ରମ,
ନାହିଁ ଧନ ସମ୍ବଳ:
ଦେଇ ପାରିବାତ ଭୋଜନ,
ସ୍ୱାନ ବିହଙ୍ଗ କୂଳ::
ଘରେ ନଷ୍ଟହୁଏ ଦୈନିକ,
ଢେର ସାରା ଭୋଜନ:
ଫିଙ୍ଗି ଦେଇଥାନ୍ତି ଖାଦ୍ୟକୁ,
ଖତ ଗଦାରେ ଜନ::
ନଫିଙ୍ଗି ଖାଦ୍ୟକୁ ବନ୍ଧୁହେ,
ଦିଅ ସ୍ୱାନ ବିହଙ୍ଗେ:
ଖୋଇ ଥିଲେସିନା ପାଇବେ,
ଚିନ୍ତ ମାନବ ଢଙ୍ଗେ::
ମିଷ୍ଟାନ୍ନ ଭଣ୍ଡାରେ ବଳକା,
ଖାଦ୍ୟ ସାଧୁ ନଫିଙ୍ଗ:
ବାସିଖାଦ୍ୟ ସିନା ହଜମ,
କରି ପାରେ ବିହଙ୍ଗ::
ଧନ ଅଛି ବୋଲି ଚଳୁଛ:
ରୋଜ ଗାଡି ମଟରେ:
ପଥରେ ପଥିକ ଦେଖିଲେ,
ନିୟ ନିଜ ସାଥିରେ::
ନିଃସହାୟ ଦେଖି କରହେ,
ବନ୍ଧୁ ସାହାଯ୍ୟ ଥରେ:
ରୋଗୀ ସେବା କରି ନିଜକୁ,
ଧନ୍ୟ କର ମଞ୍ଚରେ::
ଦୁଖୀ ରଙ୍କି ଦାନେ ସୁଯୋଗ,
ପାଇ ଆଡ଼ ନକର:
ଆଜି ସୁଖେ ଅଛ ବନ୍ଧୁହେ,
କାଲି ନୁଁହ କାହାର::
ରକ୍ତ ଦାନଠାରୁ ମହତ,
କର୍ମ ଜଗତେ ନାହିଁ:
ଛୋଟ ସେବାଟିଏ କରିଲେ,
ବଡ଼ ହେବରେ ତହିଁ::
ଉଚ୍ଚ ଆସନରେ ବସିଣ,
ଭାବ ସବୁ ସମାନ:
ଦେଖିଥିଲେ ସର୍ବେ ସମାନ,
ଥୁଆ ସଦା ଆସନ::
ହିଂସା ଦ୍ୱେଷ ସଦା ମନରୁ,
ତ୍ୟାଗ କରିହେ ଚାଲ:
ତେବେ ସିନା କୃପା କରିବେ,
ପ୍ରଭୁ ରଖିବେ ଭଲ::
***(ମହେଶ୍ୱର ସାହୁ)*****
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର (ଭଦ୍ରକ)