STORYMIRROR

Gautam Das

Inspirational

3  

Gautam Das

Inspirational

ନିଜ ହାତେ ନିଜ ସମାଧି ସ୍ଥଳ

ନିଜ ହାତେ ନିଜ ସମାଧି ସ୍ଥଳ

1 min
181

ସୃଷ୍ଟି ଆରମ୍ଭରୁ ପ୍ରକୃତି ମାଆ ତୁ 

ଅଜାଡିଛୁ କେତେ ଅମୂଲ୍ୟ ଧନ 

ଏ ଜୀବ ଜଗତ କରେ ଉପଭୋଗ 

ମାଟି ତରୁଲତା ପାଣି ପବନ ।।


ପ୍ରସ୍ତର ଯୁଗର ମଣିଷ ଜାତି ଯେ 

ଆଜି ଶିକ୍ଷିତ ଓ ଜ୍ଞାନୀ ଉତୁଙ୍ଗ 

ଧରାଠୁଁ ଖଣିଜ ଜଳରୁ ବିଦ୍ୟୁତ 

ପବନରୁ ନେଇ ଶକ୍ତି ତରଙ୍ଗ ।।


ମଣିଷ ଯେ ଆଜି ଲମ୍ପଟ ସାଜି 

ଅଭିମୁଖେ ଧ୍ୱଂସ ପୃଥ୍ୱୀ ଆକାଶ 

ଲୋଭ ସ୍ୱାର୍ଥ ମୋହ ବସ୍ତୁବାଦୀପଣେ

ଗଢିଛି ନିଜର ପଥ ବିନାଶ ।।


ବୃକ୍ଷ ବିନାମୂଲ୍ୟେ ଦିଏ ଅମ୍ଳଜାନ 

ସମ୍ଭବ ସୃଷ୍ଟି ଓ ଆମ ଜୀବନ 

ଯାହା ଭରିଅଛି ଏ ଧରା ଗଗନ 

ତା’ ଅଭାବରେ ଆମେ ହୀନିମାନ ।।


ହେଲା କି ବିଚିତ୍ର କାଳ ଆଗମନ 

ଯନ୍ତ୍ରରେ ସୃଷ୍ଟି ହୁଏ ଅମ୍ଳଜାନ

ପାଳି ସଂଯମତା କିଛି ଆବେଦନ 

ନିଃଶ୍ୱାସ କିଣି ରକ୍ଷା ଏ ଜୀବନ ।।


ଏ ଦୁଃଖ ଦୁର୍ଦିନେ ରୋଗ ଦେହାନ୍ତରେ 

ଦୂରିବେ ଆତ୍ମୀୟ ସ୍ୱଜନ କୁଳ

ନା ମୁଖେ ତୁଳସୀ ଦେହେ ଫୁଲମାଳ

ରାମ ନାମ ସତ୍ୟ ଓ ହରିବୋଲ ।।


ଜଗତର ନିତି ଅନୁଶାସନକୁ

ଭାଙ୍ଗିଲା ମଣିଷ ତା ଅନୁକୂଳ 

ନିଜ ହାତେ ଆଜି ଗଢିଛି ମଣିଷ

ନିଜ ଅନ୍ତ୍ୟେଷ୍ଟି ଓ ସମାଧି ସ୍ଥଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational