Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Inspirational

3  

Gautam Das

Inspirational

ଆମ ଗାଁ ନାମ୍ପୋ

ଆମ ଗାଁ ନାମ୍ପୋ

1 min
124


ହରେ କୃଷ୍ଣ ହରେ ରାମ ନାମ କର ଜପ 

ହରି ନାମ ପାନ କରି ଆମ ଗାଆଁ ନାମ୍ପୋ ||


ପ୍ରାରମ୍ଭେ ଚତୁର୍ଦ୍ଧା ମୂର୍ତ୍ତୀ ବିଜେ ଶ୍ରୀମନ୍ଦିରେ 

ସତ୍ସଂଗେ ଶ୍ରୀରାଧେ କୃଷ୍ଣ ଗୋବିନ୍ଦ ବୋଲରେ ||


ଆମ୍ବପୁଞ୍ଜା ବଳୀ ପୀଠ ଷେତ୍ରପାଳ ଧାମ 

ଆଦ୍ୟେ ଲକ୍ଷ୍ମୀ ନାରାୟଣ ରାଧାକୃଷ୍ଣ ନାମ ||


ସନ୍ନିକଟେ ପୂଜାର୍ଚ୍ଚନା କାଳୀ ମାତାଙ୍କର 

ନିତି କାନ୍ତି ଚାଲେ ବର୍ଷ ମାସ ଦିନ ବାର ||


ପଥରୁ ପ୍ରଣାମ ବାବା ଆଖଣ୍ଡଳମଣି 

ପହଞ୍ଚିବ କୁଞ୍ଜବାଡି ପାଦ ଗଣି ଗଣି ||


ଗ୍ରାମ ମଧ୍ୟେ ଦେବସ୍ଥାନ ପର୍ବ ପର୍ବାଣୀର 

ଦେବ ଦେବୀ ଦେବାଳୟ ତ୍ରିଲୋଚନେଶ୍ୱର ||


ସମ୍ମୁଖେ ଆରାଧ୍ୟ ମାତା ଶୀତଳା ପୂଜିତ 

ଗ୍ରାମଦେବୀ ରୂପେ ଭକ୍ତ ଗହଣରେ ଖ୍ୟାତ ||


ବାସନ୍ତୀ ମାତା ମଣ୍ଡପ ତହିଁ ଅବସ୍ଥିତ 

ହର୍ଷ ଉଲ୍ଲାସରେ ପ୍ରତି ବର୍ଷେ ଉପାସିତ ||


ପାର୍ଶ୍ୱରେ ଶ୍ରୀମହାବୀର ନୂତନ ମନ୍ଦିର  

ପୂଜା କପି ହନୁମାନ ଭକ୍ତ ନତ ଶିର ||


କୁଣ୍ଡ ସରୋବର ଜଳ ଗ୍ରାମ ପାଇଁ ବର 

ଜଳେ ଜନଗଣ ସ୍ନାନ ଅଭିଷେକ ହର ||


ଗ୍ରାମର ଐତିହ ସର୍ବ ଧର୍ମର ସମାଜ 

ମନ୍ଦିରରୁ ମନ୍ତ୍ର ମସଜିଦରୁ ନମାଜ ||


ମାତା ବାସୁଳୀ ଦେବୀଙ୍କ ପୀଠ ଅଳ୍ପ ଦୂର 

ବନ୍ଦନା ପୂଜା ଅର୍ଚ୍ଚନା ସ୍ୱଳ୍ପ ଆଡମ୍ବର ||


ପ୍ରଭୁ ଦାମୋଦର ଜୀଉ ବ୍ୟକ୍ତ ପ୍ରତି କ୍ଷଣ 

ଶାଳଗ୍ରାମେ ଆରାଧିତ କଚେରୀ ପ୍ରାଙ୍ଗଣ ||


ବୈଚିତ୍ର୍ୟ ଆମ ଗ୍ରାମର ଭେଦଭାବ ଶୂନ୍ୟ 

ନିତି ପୋଥି ଜାତି ଧର୍ମେ ଥାଇ ଆମେ ଭିନ୍ନ ||


ହୋଇଲା ମା’ ଦୁର୍ଗାଙ୍କର ନାମ୍ପୋକୁ ଆଶିଷ 

ପଦିମା ପୁଷ୍କର କୂଳେ ମନ୍ଦିରେ ନିବାସ ||


ନାମ ସଂକୀର୍ତନ ପାନ କରି ଚିରକାଳ 

ନାଚ ଗାଅ ବର୍ଷ ମାସ ଦିନ ବାର ପଳ ||


ଭବ୍ୟ ନୂତନ ମନ୍ଦିର ପୂର୍ଣ୍ଣ ଏହି ଗ୍ରାମ 

ଜନ ମାନସିକ ତଥା ଭଗବତ ପ୍ରେମ ||


ସେବା ତ୍ୟାଗ ଧର୍ମ ନାମ କୀର୍ତ୍ତନ ଯେ ହେଉ 

ଅଧର୍ମ କୁକର୍ମ ପାପ ଏ ଗ୍ରାମେ ନ ରହୁ ||


ଉଚ୍ଚ ନୀଚ ଜାତି ପାତି ଛାଡ ସେ ଦୁର୍ଗତି 

ହରିନାମ କର୍ମେ କର ଧର୍ମର ପ୍ରଗତି ||


ଦୁଃଖେ ସୁଖେ ସଂକଟରେ ଏକତ୍ରିତ ହୁଅ 

ତ୍ୟାଗ ସମର୍ପଣ ସେବା କର୍ମେ ସାଥେ ରୁହ ||


ସତ୍କର୍ମ ସମ୍ମାନ ପୂଜ୍ୟ ପୂଜା ଏଠି ପାଉ 

ଆଦର୍ଶ ଗ୍ରାମ ନାମ୍ପୋ ଦୃଷ୍ଟାନ୍ତ ହୋଇ ରହୁ ||



Rate this content
Log in

Similar oriya poem from Inspirational