Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subha ranjan Prusty

Inspirational

3  

subha ranjan Prusty

Inspirational

ସମ୍ଭାବନା

ସମ୍ଭାବନା

1 min
5.4K


ମୁଁ ତ

ସଦ୍ୟ ପ୍ରସ୍ପୁଟିତ ଫୁଲଟିଏ

ଖୁସିର ଅମୁଲ ମୂଲଟିଏ

ମତେ ଟିକେ ଲୋଡ଼ା

ପ୍ରେମର ପରସ

ବିଶ୍ୱାସରେ ଭରା ଝୁଲ ଟିଏ

ମୁଁ ତ

କଞ୍ଚା ମାଟି ଗଢ଼ା ମୂର୍ତ୍ତିଟିଏ

କରିପାରେ ମୁଁ ବି କିର୍ତ୍ତୀ ଟିଏ

ଭରିଦିଅ ଦେହେ

ସଂଯମତା ରଙ୍ଗ

କରିଦିଅ ସୂର୍ଯ୍ୟ ଶକ୍ତି ଟିଏ

ମୁଁ ତ

ଏଯାଏଁ ଅଗଡା ଖଡି଼ଟିଏ

ଶୂନ୍ୟ ଅକ୍ଷରର ଝୁଡିଟିଏ

ସବୁ ଶୂନ୍ୟ ସ୍ଥାନ

କରିବାକୁ ପୂର୍ଣ୍ଣ

ଲୋଡ଼େ ଶକ୍ତ ଶିକ୍ଷା ସିଡ଼ିଟିଏ ମୁଁ ତ

ଅନ୍ଧାରୀ ହାଟରେ ଜ୍ୟୋତିଟିଏ

ଶାମୁକା ଭିତରେ ମୋତିଟିଏ

ତୋଳିନିଅ ମୋତେ

ତୁମେ ତୁମ ହାତେ

ଗାଇଜିବି ପ୍ରେମ ପଂକ୍ତିଟିଏ ।


Rate this content
Log in