STORYMIRROR

subha ranjan Prusty

Others

5.0  

subha ranjan Prusty

Others

ତୁମେ

ତୁମେ

1 min
965


ତୁମେ ମୋ ଜୀବନ ତୁମେ ମୋ ସ୍ପନ୍ଦନ

ତୁମେ ଦିନ ତୁମେ ରାତି

ତୁମେ ମୋ ଶୟନ ତୁମେ ମୋ ସପନ

ତୁମେ ଶବ୍ଦ ତୁମେ ପଂକ୍ତି


ତୁମେ ମୋ ନିଶ୍ୱାସ ତୁମେ ମୋ ବିଶ୍ୱାସ

ତୁମେ ପ୍ରେମ ତୁମେ ପ୍ରୀତି

ତୁମ ମୋ ଆକାଶ ତୁମେ ମୋ ପ୍ରକାଶ

ତୁମେ ସେଜ ତୁମେ ତାତି


ତୁମେ ମୋ ପରୀକ୍ଷା ତୁମେ ମୋ ପ୍ରତୀକ୍ଷା

ତୁମେ ପ୍ରଶ୍ନ ତୁମେ ଚାବି

ତୁମେ ମୋ ଆକାଂକ୍ଷା ତୁମେ ମୋ ତିତିକ୍ଷା

ତୁମେ ତୁଳି ତୁମେ ଛବି


ତୁମେ ମୋ ଆରମ୍ଭ ତୁମେ ମୋ ଅନ୍ତିମ

ତୁମେ ଆଶା ତୁମେ ନିଶା

ତୁମେ ମୋ ଆନନ୍ଦ ତୁମେ ମୋ ଅଳିନ୍ଦ

ତୁମେ ଭାଷା ତୁମେ ଭୁଷା


ତୁମେ ମୋ ସରଗ ତୁମେ ମୋ ନରକ

ତୁମେ ତୃଷ୍ଣା ତୁମେ ତୃପ୍ତି

ତୁମେ ମୋ କରମ ତୁମେ ମୋ ଧରମ

ତୁମେ କଳା ତୁମେ କୃତି


ତୁମେ ମୋ ଭାବନା ତୁମେ ମୋ କଳ୍ପନା

ତୁମେ ମରୁ ତୁମେ ମେଘ

ତୁମେ ମୋ ଆଇନା ତୁମେ ମୋ ଅପର୍ଣ୍ଣା

ତୁମେ ଗତି ତୁମେ ବେଗ


ତୁମେ ମୋ ପୁରୁବ ତୁମେ ମୋ ପଶ୍ଚିମ

ତୁମେ ଦିଗ ତୁମେ ଦୈର୍ଘ୍ୟ

ତୁମେ ମୋ ଅକ୍ଷାଂଶ ତୁମେ ମୋ ଦ୍ରାଘିମା

ତୁମେ ଅଗ୍ନି ତୁମେ ଅର୍ଘ୍ୟ


ତୁମେ ମୋ ପ୍ରେରଣା ଶବ୍ଦର ଝରଣା

ତୁମେ ଓଠ ତଳ ଗୀତି

ତୁମ ବିନା ମୁଁ ତ ଅସମ୍ପୂର୍ଣ ପ୍ରିୟେ

ଆରମ୍ଭ ରେ ହୁଏ ଇତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from subha ranjan Prusty