STORYMIRROR

subha ranjan Prusty

Inspirational Others

3  

subha ranjan Prusty

Inspirational Others

ମହିଳା ଦିବସ

ମହିଳା ଦିବସ

2 mins
674


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ମନ ଆତ୍ମାରୁ ତ ହଜେଇ ଦେଇଛ

ସମ୍ମାନକୁ ତାର ଜାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

କୁନ୍ଦୁଲି ଆସିଫା ଆଜିବି କାନ୍ଦନ୍ତି

ସ୍ମଶାନରେ ଲୁହ ଢାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ଆଜିବି ମଲାଲା ନୋବେଲ ପାଇକି

ଶୁଣେ ଆତଙ୍କୀଙ୍କ ଗାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ନ୍ୟାୟଦାତା ଯଦି ନ୍ୟାୟ ନ ଦେଇକି

ଅନ୍ୟାୟରେ ସାରେ କାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ବୁଢୀ ମା ଯଦି ନାତି ଗେଲ କରେ

ନାତୁଣୀଟା ହୁଏ ଭାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ଆଜିବି ଦେଖେ ମୁଁ କୁନି ବାଳା ଯଦି

ବାଟେ ମାଗେ ଧରି ଥାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ହକ୍ ପାଇଁ ସିଏ ମାଓବାଦୀ ସାଜେ

ବେକେ ପିଂଧି ଗୁଳି ମାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ଗୃହ ମଧ୍ୟେ ଯଦି କାନ୍ଦୁଛି ଗୃହିଣୀ

ସ୍ୱାମୀ ନିର୍ଯ୍ୟାତନା ହାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ବାଟେ ଘାଟେ ଦେବ ଲୋଲୁପ ନଜର

ମନ୍ଦିରରେ ପୁଜି କାଳୀ


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ସଂଯମତା ଯଦି ବୁଝେନା ଶିକ୍ଷକ

ସ୍ନେହ ସମ୍ମାନକୁ ଟାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ନଗ୍ନ ପ୍ରଦର୍ଶନେ ବଦନାମ ରାଣୀ

ଦର୍ଶକେ ମାରନ୍ତି ତାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ପେଟ ପାଇଁ ଯଦି ପାଲା କରେ ସିଏ

ଦେହେ ତାର ଉଡେ ନାଳୀ


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ଏସିଡ ମାଡ଼େ ସେ ବନ୍ଦୀ ଚାରି କା6ନ୍ଥ

ମନା ସଂସାରର ଡାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ରକ୍ଷା ବଦଳରେ ରକତ ପିଅନ୍ତି

ଭାଇ ମୁଖାଧାରୀ ବାଳୀ


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ମାଆ ଯଦି ଥିବ ବୃଦ୍ଧା ଆଶ୍ରମେରେ

ପୁଅ ପୋଷୁଥିବ ଶାଳି


କି ଲାଭ ମିଳିବ ଗୋଟେ ଦିନ ପାଇଁ

ମହିଳା ଦିବସ ପାଳି

ସୋଓ କୁ ସଉଦା କରିବା ଅପେକ୍ଷା

ନିଜକୁ ନିଅ ବଦଳି...।


ଶୁଭ ରଞ୍ଜନ ପୃଷ୍ଟି

କଟକ

ଫୋନ.. 7809434994


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from subha ranjan Prusty

Similar oriya poem from Inspirational