Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

2.0  

Maheswar sahoo

Inspirational

ଲକ୍ଷରେ ବଢିବା

ଲକ୍ଷରେ ବଢିବା

1 min
332


ଜଳି ଜଳି ଯାଏ,   ଆୟୁଷ ସଳିତା,

     ସରୁଛି ଲକ୍ଷର ଘୃତ:

ଆଗ୍ରହ ପବନ,    ଦିଗ ବଦଳାଇ,

    କ୍ଷୀଣ କରେ ଶିଖା ପ୍ରସ୍ତ::

ଆଶାର ପ୍ରଦୀପ, ଉଚ୍ଚ ଆଶା ନେଇ,

    ଜଳି ଚାଲିଅଛି ସଦା:

ପିତା ମାତା ଗୁରୁ,  ଆଉ ଗୁରୁଜନ,

    ଆଶିଷ ଲୋଡ଼ା ସର୍ବଦା::

ବଢି ଚାଲିଥିବା,  ନିଜ କର୍ମ ପଥେ,

    ଧର୍ମକୁ ସାକ୍ଷୀ ଯେ ରଖି:

ଶତ୍ରୁତ ରହିବେ,  ଇର୍ଷା କରୁଥିବେ,

    ସାହା ଏକା ଚକା ଆଖି::

ଶତ୍ରୁ ଥିଲେ ସିନା, ଜୀବନ ପ୍ରଦୀପେ,

    ଦୃଢ଼ ହୁଏ ନିଜ ମନ:

ଶତ୍ରୁ କରୁଥାଏ,   ଉପକାର ସଦା,

    କରିଥାଏ ଯତ୍ନ ବାନ::

ଆହ୍ୱାନ ସର୍ବଦା,  ଲକ୍ଷର ପଥରେ,

    ରୁହ ହୋଇ ବଳିୟାନ:

ସମୟର ଯଦି,   ବିନିଯୋଗ କର,

     ନିଶ୍ଚୟ ହେବ ମହାନ::

ବଢି ଚାଲୁଥିବା,  ଗଢି ଚାଲୁଥିବା,

     ଭଗ୍ୟ ଆଉ ଭବିଷ୍ୟତ:

ଚୁଗୁଲୀ ମନ୍ତବ୍ୟ,   ହଜାରେ ମିଳିବ,

     ଖଳୁଆ ଠୁଁ ଅବିରତ::

ହାରିବା ଜିତିବା,   ଲାଗିରହି ଅଛି,

     ଜୀବନ ଯାତ୍ରାରେ ସଦା:

ହାରିଥିଲେ ସିନା,  ଆଶା ମିଳିଥାଏ,

     ଜିତିବା ପାଇଁ ସର୍ବଦା::

ଗୁରୁ ଗୁରୁଜନ,    ଦେବତା ସମାନ,

     ଭକ୍ତି ଥାଉ ତାକୁ ସଦା:

ମାଆ ଶାରଳାଙ୍କ,  ଆଶିଷ ରହିଲେ,

     ମିଳେନି କାହାର ବାଧା::

*********(ମହେଶ୍ୱର ସାହୁ)********

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in

Similar oriya poem from Inspirational