Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

2.7  

Maheswar sahoo

Inspirational

ବାପା

ବାପା

1 min
431


ବାପା ତୁମେ ସ୍ୱର୍ଗ,   ବାପା ତୁମେ ଧର୍ମ,

     ତୁମେ ମୋ ପରମ ତପ:

ତୁମେ ଅଟ ମୋର,   ଜୀବନ୍ତ ଦେବତା,

      ହୃଦୟେ କରୁଛି ଜପ::

ଦେଖାଇଛ ତୁମେ,   ଦୁନିଆ ଆଲୋକ,

     ଭଲ ମନ୍ଦ ଦୁଃଖ ସୁଖ:

ବଞ୍ଚିବାର ରାହା,     ବତାଇଛ ବାପା,

     ପ୍ରେରଣାର ଅଭିଲେଖ::

କେତେ ଆଶା ତୁମେ,  ରଖିଅଛ ବାପା,

     ଭରଷା ବିଶ୍ୱାସ ନେଇ:

ଶିକ୍ଷା ଦାନ ଦେଲ,   କର୍ତ୍ତବ୍ୟ ପଥରେ,

     ଭଲ ମଣିଷଟେ ପାଇଁ::

ସଂସ୍କାର ଆଚାର,    ଦେଇ ଅଛ ବାପା,

      ଜଣାଇଛ ଭଲ ମନ୍ଦ:

ସାଇତି ରଖିଛ,       ଅର୍ଜିତ ସମ୍ପଦ,

      ରହିବାକୁ ମୁଁ ଆନନ୍ଦ::   

କେତେ କଷ୍ଟ ତୁମେ,    ସକାଳରୁ ରାତ୍ର,

      କରିଛ ଆମରି ପାଇଁ:

ପାରିବିକି ସୁଝି,      ତୁମ ଋଣ ବାପା,

     ବୃଦ୍ଧ କାଳେ ଶାନ୍ତି ପାଇଁ::  

ହେଇ ପାରିବିକି,      ଶ୍ରବଣ କୁମାର, 

    ନେଇ ବୋଝ କନ୍ଧେ ବୋହି:

ତୁମର ଯୌବନ,     ସଂସାର ଜଞ୍ଜାଳ,

     ସ୍ମୃତି ହୋଇ ଗଲା ରହି::

ଆଶା ବାଡ଼ି ପରି,     ରହି ପାରୁଥିଲେ,

     ବୃଦ୍ଧ କାଳେ ତୁମ ପାଶେ:

ବୁଲାଇବି ସିନା,      ସୁପୁତ୍ର ଜଗତେ,    

     ତୁମ ଚରଣ ଅଶୀଶେ::

ବୃଦ୍ଧକାଳ ପାଇଁ,    ଯେଉଁ ପୁତ୍ରମାନେ,

     ନହୁଏ ବାପାଙ୍କୁ ସାହା:

ହୁଏ ଦିନେ ସିୟେ,   ସଂସାରରେ ବାପା,

      ପୁତ ନର୍କ ହୁଏ ରାହା::

କରିବାନୀ ଜମା,     ବାପମାଆ ନିନ୍ଦା,

     ବୃଦ୍ଧକାଳେ ଭଲ ମନ୍ଦେ,

ଆମ ପିତା ମାତା,    ଆମରି ଦେବତା,

     ପୁଜିବା ଚରଣାର୍ବୀନ୍ଦେ::

*********(ମହେଶ୍ୱର ସାହୁ)********

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in

Similar oriya poem from Inspirational