ଜୀବନ ଗୀତା-୨୭୪
ଜୀବନ ଗୀତା-୨୭୪
ଯୁଗ ଯନ୍ତ୍ରଣାରେ ଜୀବନ ଯେବେ
ହୋଇଯାଏ ଜର୍ଜରିତ,
ବଂଚିବାକୁ ହୁଏ ସଦା ସର୍ବଦା
ହୋଇ ଖାଲି ଆତଙ୍କିତ ॥୦॥
ବେଦନାମୟ ଜୀବନଯାତ୍ରା
ନୁହେଁତ ଏତେ ସହଜ,
କଣ୍ଟକମୟ ପଥରେ ଚାଲି
ପାଦ ତ ନିତି ଦରଜ,
ସଂଶୟ ଘେରରେ ଜୀବନ ସିନା
ହେଉଥାଏ ବିଚଳିତ ॥୧॥
ରହସ୍ୟମୟ ଚାଲିଚଳନ
ଦରଦ ନାହିଁ କାହାରି,
ଅଜଣା ଭୟ କରେ ଅଥୟ
ଜୀବନ ଏଠି ସବୁରି,
ଆଶା ଆଶଙ୍କାରେ ଜୀବନ ଏଠି
ହେଉଥାଏ ଆତଯାତ ॥୨॥