STORYMIRROR

Bauribandhu Lenka

Abstract

5.0  

Bauribandhu Lenka

Abstract

କଳଙ୍କ

କଳଙ୍କ

1 min
13.9K


ଜହ୍ନ ତୋର କଳଙ୍କର ନିନ୍ଦା

କେବେ ବି ତ ଶୁଣିନି ମୁଁ କାନେ I

ବରଂ ତୋର ପ୍ରଶଂସାରେ ଶତମୁଖ

ସବୁ କେହି ଏଠି,

ନିନ୍ଦୁକ ନାହିଁ କେହି ଜଣେ II

ମୋ ନାମେ କଳଙ୍କ ପାଇଁ

ବାଜେ କେତେ ନିନ୍ଦାର ବାଜଣା I

କହି କି ପାରିବୁ ଜହ୍ନ,

ତୋ କଳଙ୍କ ଓ ମୋ କଳଙ୍କ

ମଧ୍ୟରେ ଫରକ କଣ ?

ତୋ ସାଙ୍ଗେ ଅନେକ ତାରା

ଅଛନ୍ତି ସେଠାରେ I

ଶୁଣିଛୁକି ମୋର ପ୍ରଶଂସା

କେହି କେବେ କରିଛନ୍ତି

ତୁମ ଦୁନିଆରେ II

******


Rate this content
Log in

Similar oriya poem from Abstract