କାହିଁକି ମାରୁଛ ଆଉ
କାହିଁକି ମାରୁଛ ଆଉ
ମରି ସାରିଥିବା ମଣିଷଟାଏ ମୁଁ
କାହିଁକି ମାରୁଛ ଆଉ,,,
ଦୁନିଆ ଦେଖିବ ପ୍ରେମୀଟେ ମରିଛି
ଅବଶେଷ କିଛି ଥାଉ,,,,
ଢାଳୁନାଇ ଲୁହ
ଶୁଖାଉନି ମୁହଁ
ତମେ କହିଥିଲ ବୋଲି,,,
ରାତି ଉଜାଗର
ପିଇବା ଜହର
ମାନି ପାରୁନାଇ ଖାଲି,,,
କ୍ଷମା କରିଦବ ଅଷ୍ଟମ ଐଶ୍ଵଯ୍ୟ
ହେ ମୋର ସପ୍ତମ ଋତୁ,,,
ମରି ସାରିଥିବା ମଣିଷଟାଏ ମୁଁ,,,
କାହିଁକି ମାରୁଛ ଆଉ । (୧)
ମିଶୁନି କା' ସାଥେ
ଗପୁନି ଏକାନ୍ତେ
ତମର ଵାରଣ ମାନି,,,
ନିଜ ସ' ଗପିବା
ସ୍ମୃତି ଉଝାଳିବା
ଲୁଚେଇ ଜମାପାରୁନି,,,
ଦେଖା ହେବନାଇ
ଏଇ ଜନ୍ମ ପାଇଁ
ହେ ମୋର ଦରଦୀବନ୍ଧୁ,,,
ମରି ସାରିଥିବା ମଣିଷଟାଏ ମୁଁ
କାହିଁକି ମାରୁଛ ଆଉ । (୨)